oom

ଚୁଡାପାଲି ସ୍ଥିତ ମହିଳାଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିରକୁ ପରିଦର୍ଶନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ

jsmm

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଗତ ୧୨ ତାରିଖ ବଲାଙ୍ଗିର ସଦର ବ୍ଳକର ଚୂଡାପାଲିଠାରେ ଥିବା ମହିଳା ଦକ୍ଷତାବୃଦ୍ଧି ତାଲିମ ଶିବିରକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧୁରୀ ପରିଦର୍ଶନ କରିଥିଲେ । ପ୍ରକାଶ ଥାଉକି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ନିଜେ ସ୍ୱାବଲମ୍ବୀ ହୋଇ ନିଜ ପରିବାରକୁ ପରିତୋଷଣ କରି ପାରିବେ, ସେହି ଉଦ୍ଦେଶ୍ୟରେ ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ସୁବାଷ ଚୌହାନଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଓଡିଶାରେ ପ୍ରଥମଥର ପାଇଁ ପରିଷଦର ଅନୁଦାନ ରାଶିରୁ ୩୦ ଜଣ ମହିଳାଙ୍କୁ ୪ ମାସ ପର୍ଯ୍ୟନ୍ତ ମାଗଣାରେ ସିଲାଇ ତାଲିମ ପ୍ରଦାନ କରାଯାଇଛି । ପରିଷଦର ସିଇଓ ଶ୍ରୀ ଚୈଧୁରୀ ତାଙ୍କ ଏହି ପରିଦର୍ଶନ ସମୟରେ ମହିଳା ମାନଙ୍କ ସୁବିଧା ଅସୁବିଧା ତଥା ରୋଜଗାର ବିଷୟରେ ନିରେଖି ବୁଝି ସନ୍ତୋଷ ପ୍ରକାଶ କରିଥିଲେ । ସହକାରୀ ନିର୍ଦ୍ଦେଶକଙ୍କୁ ଆହୁରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଣ କଣ ସୁବିଧା କଲେ ମହିଳାମାନେ ଆହୁରି କିପରି ଉପକୃତ ହୋଇ ପାରିବେ ବୋଲି ତାହା ଉପରେ ଏକ ରିପୋର୍ଟ ତଲବ କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ସହକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର ଦୀପ, ବଲାଙ୍ଗିର ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, କନିଷ୍ଠଯନ୍ତ୍ରୀ ନିରଂଜନ ମହାରଣା, ଜିଲ୍ଲା ହସ୍ତ ଶିଳ୍ପ ଉନ୍ନୟନ କେନ୍ଦ୍ର ଚୂଡ଼ାପାଲିର ସଭାପତି ଶଙ୍କର ମେହେର ସାମିଲ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଉମାକାନ୍ତ ମେହେର, କାର୍ଯ୍ୟକାରୀ ସଦସ୍ୟ ଗୋପାଳ ମେହେର, ଦେବାରାଜ ନାହାକ, ଦୁର୍ବଦିନି ନାହାକ, ମାଷ୍ଟର ସାଧୁ ମେହେର, ବରିଷ୍ଠ ହସ୍ତ ଶିଳ୍ପ ମାଷ୍ଟର ଲୋଚନ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.