centurian jitm

ଶିକ୍ଷାମନ୍ତ୍ରୀ ପରିଦର୍ଶନ କଲେ କଳାହାଣ୍ଡିର ବିଭିନ୍ନ ବିଦ୍ୟାଳୟ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଚାଳିତ ସ୍କୁଲ ପରିଦର୍ଶନ କରି ଖୁସି, ହରିଜନ ଓ ଆଦିବାସୀ ବିଭାଗ ପରିଚାଳିତ ବିଦ୍ୟାଳୟର କାମକୁ ନାପସନ୍ଦ

nschool

ଭବାନୀପାଟଣା, (କେପିଏନ୍‌ଏସ୍‌) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗସ୍ତ କରିଛନ୍ତି । ସେ ଆଜି ସକାଳ ୧୦ଟାରେ ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡାଙ୍କ ସହ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହା ପରେ ମାନ୍ୟବର ମନ୍ତ୍ରୀ ତାଙ୍କ ଟିମ୍ ସହ ମାଣିକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା, ଵ୍ରଜମୋହନ ସରକାରୀ ହାଇସ୍କୁଲ, ଭବାନୀପାଟଣା, ଆଦର୍ଶ ବିଦ୍ୟାଳୟ, ଜୁନାଗଡ଼, ପ୍ରିୟଦର୍ଶିନୀ ଇନ୍ଦିରା କଲେଜ ଜୁନାଗଡ଼ ଓ ବାଲାଜୀ ଉଚ୍ଚ ବିଦ୍ୟାଳୟ, ମହିଚଲା ପରିଦର୍ଶନ କରିଥିଲେ । ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟର ସମସ୍ତ ବିଷୟରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ ଜରିଆରେ ଶିକ୍ଷାର ପ୍ରଗତି ବିଷୟରେ ଓ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ବିଷୟରେ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି ବିଦ୍ୟାଳୟଗୁଡ଼ିକର ସ୍ୱଚ୍ଛ ପରିବେଶ,ଫଳଫୁଲ ଭରା କିଚେନ ଗାର୍ଡନ ଓ ସୌନ୍ଦର୍ୟ୍ୟ ତାଙ୍କୁ ମୁଗ୍ଧ କରିଥିଲା ।

କିନ୍ତୁ ଜୁନାଗଡ଼ସ୍ଥ ହରିଜନ ଓ ଆଦିବାସୀ ବିଭାଗ ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାହା ଜୁନାଗଡ଼ କନ୍ୟାଶ୍ରମ ଭାବେ ଜଣାଶୁଣା ତାହାର ନିମ୍ନମାନର ଶିକ୍ଷା, ଅସ୍ୱଚ୍ଛ ପରିବେଶ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ କର୍ମବିମୁଖତା ମନ୍ତ୍ରୀ ମହୋଦୟଙ୍କୁ ମର୍ମାହତ କରିଥିଲା । ତେଣୁ ସେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ସେମାନଙ୍କ ଦରମା ବନ୍ଦ କରିବା ଓ ଅବ୍ୟବସ୍ଥାର କାରଣ ଦର୍ଶାଇବାକୁ ନୋଟିସ ଜାରି କରିଥିଲେ ।

Leave A Reply

Your email address will not be published.