ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଦେଓଗାଁ ବ୍ଲକ ଅନ୍ତର୍ଗତ ଭୀମଡୁଙ୍ଗୁରି ପରିଦର୍ଶନ କରି ବଣ ଭୋଜିର ମଜା ନେଇଛନ୍ତି ଲୋଇସିଂହା ବ୍ଲକ୍ ତାଲଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ । ବିଦ୍ୟାଳୟ ପରିଚାଳନା କମିଟିର ସହଯୋଗ କ୍ରମେ ଐତିହାସିକ ପୀଠ ଭିମଡୁଙ୍ଗୁରୀ ସ୍ଥିତ ପାହାଡ ଉପରେ ସୁନ୍ଦର ଶିବ ମନ୍ଦିର ସାଙ୍ଗକୁ ହନୁମାନ ଗୁମ୍ଫା, ପାର୍କ ଓ ବୋଟିଂର ମଜା ନେଇ ଛାତ୍ରଛାତ୍ରୀ ବେଶ ଖୁସି ଅନୁଭବ କରିବା ସହିତ ଅନେକ କିଛି ଜାଣିବାକୁ ପାଇଥିଲେ । ବିଦ୍ୟାଳୟର ଶିକ୍ଷକ ଦିଲ୍ଲୀପ କୁମାର ମିଶ୍ର ଭ୍ରମଣ ତଥା ବଣଭୋଜି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ କୁମରମଣୀ ସାହୁ ତଥା ପରିଚାଳନା କମିଟିର ସଭାପତି ସସ୍ମିତା ବାଗ, ପୀତବାସ ବିଶ୍ଵାଳ, ମହାବୀର ମେହେର, ଦେବାର୍ଚ୍ଚନ ସାହୁ, ଭରତ ସାହୁ ଏବଂ କୈଳାଶ ସାହୁ ପ୍ରମୁଖ ସହାୟତା କରିଥିଲେ ।
Prev Post