ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପରିଦର୍ଶନ କଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଜି ସନ୍ଧ୍ୟାରେ ପରିଦର୍ଶନ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ଏହି ପରିଦର୍ଶନ ଅବସରରେ ମେଡିକାଲରେ ନୂତନ ଭାବରେ ନିର୍ମାଣ ହୋଇଥିବା ମେଡିସିନ ବିଭାଗକୁ ସେ ବୁଲି ଦେଖିଥିଲେ । ଏହା ସହିତ ଅନ୍ୟାନ୍ୟ ନିର୍ମାଣାଧୀନ କାମର ତଦାରଖ କରିବା ସହିତ ରୋଗୀମାନଙ୍କ ସୁବିଧା ଅସୁବିଧା ସର୍ମ୍ପକରେ ପଚାରି ବୁଝିଥିଲେ । ପ୍ରକାଶ ଯେ, ଗତବର୍ଷ ଏହି ନୂତନ କୋଠା ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ଦିଆଯାଇଥିଲା । ମେଡିସିନ ବିଭାଗରେ ରୋଗୀ ସଂଖ୍ୟା ଅଧିକ ରହିଥିବାରୁ ଏହି ବିଲ୍ଡିଂରେ ରୋଗୀମାନଙ୍କୁ ରଖାଯିବ ବୋଲି ଜିଲ୍ଲାପାଳ କହିଥିଲେ ।

Leave A Reply

Your email address will not be published.