oom

ବିଧାନସଭା ବିଦ୍ୟୁତ ସବ୍ କମିଟିର ବରଗଡ଼ ଜିଲ୍ଲା ପରିଦର୍ଶନ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ବିଧାନ ସଭାର ବିଦ୍ୟୁତ ବିଭାଗର ସବ୍ କମିଟିର ସଦସ୍ୟ ମାନେ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟୁତ ଯୋଗାଣର ନିରୀକ୍ଷଣ କରି ସେଠାରେ ଦେଖା ଦେଉଥିବା ସମସ୍ୟାର ତୁରନ୍ତ ସମାଧାନ କରି ଜନସାଧାରଣଙ୍କୁ ନିରବିଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କମିଟିର ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ କମିଟିର ସଦସ୍ୟ ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ଯୋଗାଣର ଭିତ୍ତି ଭୂମିକୁ ବୁଲି ଦେଖିଥିଲେ । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାର ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ଟିପିଡବ୍ଲୁଓଏସଏଲର ପଦାଧିକାରୀ ମାନଙ୍କ ସହ ସମୀକ୍ଷା ଆଲୋଚନା କରିଥିଲେ । ପରେ ସାମ୍ବାଦିକମାନଙ୍କୁ ସାକ୍ଷାତ କରି ବରଗଡ଼ ଜିଲ୍ଲାରେ ବିଶେଷ କରି ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ଚରମ ସୀମାରେ ପହଞ୍ଚିଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଜିଲ୍ଲାର ସହର ଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ସମସ୍ୟା ରହିଛି । ବିଶେଷ କରି ଗ୍ରାମାଞ୍ଚଳର ଲୋକେ ୪ ଘଣ୍ଟା ବିଦ୍ୟୁତ କାଟ ହେଲେ ୨ ଘଣ୍ଟା ବିଦ୍ୟୁତ ପାଉଥିବା ଅଭିଯୋଗ ଆସିଛି । ସେହିପରି ବିଦ୍ୟୁତ ଟ୍ରାନ୍ସଫରମର ପୋଡ଼ି ଗଲେ ତାହା ବଦଳାଇବାକୁ ମାସ ମାସ ସମୟ ଲାଗୁଛି ବୋଲି ଅଭିଯୋଗ ହେଉଛି । ଅନେକ ସ୍ଥାନରେ ବକେୟା ବିଲ୍ ନ ଦେଲେ ନୂତନ ଟ୍ରାନ୍ସଫରମର ଲଗାଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ଏହା ବେନିୟମ ଅଟେ । ନିୟମ ମୁତାବକ ସହରାଞ୍ଚଳରେ ଏହି କାର୍ଯ୍ୟ ୨୪ ଘଣ୍ଟାରେ ଏବଂ ଗ୍ରାମାଞ୍ଚଳରେ ଏହା ୪୮ ଘଣ୍ଟା ହୋଇ ବିଦ୍ୟୁତ ସେବା ଯୋଗାଇ ଦେବା କଥା ବୋଲି ମତ ପ୍ରକାଶ ପାଉଛି । ବିଦ୍ୟୁତ ବିଲ୍ ନିୟମ ମୁତାବକ ଅସୁଲିରେ ଅସୁବିଧା ନାହିଁ ବୋଲି କହିଥିଲେ । ବିଦ୍ୟୁତ ଚୋରିକୁ ରୋକିବା ସକାଶେ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବା କଥା । କିନ୍ତୁ ଏହା ରୋକିବାରେ ବିଫଳ ହେଉଥିବା ଦେଖାଯାଇଛି । ଆଜି ସବ୍ କମିଟି ଜିଲ୍ଲାର ଏକ ରାଇସ ମିଲ୍‌କୁ ଯାଇଥିଲେ ତେବେ ସେଠାରେ ବିଦ୍ୟୁତ ନିୟମ ମୁତାବକ ଚାଲିଛି କି ଚୋରାରେ ଚାଲିଛି ବିଭାଗର ଅଧିକାରୀ ମାନେ ଜାଣିପାରିନଥିଲେ । ଏମିତି କାର୍ଯ୍ୟ ବିଳମ୍ବ ହେଲେ ନିହାତି ଭାବେ ସଂଦେହ ସୃଷ୍ଟି ହେବ । ତେଣୁ ଏହି ସବୁ କାର୍ୟ୍ୟ ଉପରେ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିବା ସେ କହିଥିଲେ ।

jittmm
Leave A Reply

Your email address will not be published.