jayashree

ହସ୍ତତନ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଓ ବିଭାଗୀୟ ସମୀକ୍ଷା ବୈଠକ ସହ କ୍ଷେତ୍ର ପରିଦର୍ଶନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଏକଦିବସୀୟ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟାଳୟରେ ସମସ୍ତ ବିଭାଗୀୟ ଉନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାରେ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଉଥିବା ମଙ୍ଗା ଗର୍ସ କଂକ୍ରିଟକରଣ, ବରିଷ୍ଠ ବୁଣାକାର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା, କର୍ମଶାଳା ନିର୍ମାଣ, ବାନ୍ଧଶିଳ୍ପୀ ପାଇଁ ରଙ୍ଗେଈ ସାମଗ୍ରୀ ବଣ୍ଟନ, ଉନ୍ନତ ମାନର ତନ୍ତ ଉପକରଣ ବଣ୍ଟନ, ଅନ୍ୟ ପ୍ରଦେଶର ବୟନ ପୁଞ୍ଜ ପରିଦର୍ଶନ, ପ୍ରାରମ୍ଭିକ ବୁଣା, ବନ୍ଧ ଓ ରଙ୍ଗ ତାଲିମ ପ୍ରଦାନ, ଉନ୍ନତ ଲୁଗା ଉତ୍ପାଦନ ସହିତ ବଜାର ଆବଶ୍ୟକତା ଲକ୍ଷର ଗୁଣାତ୍ମକ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ଓ ଶୀର୍ଷ ସମିତିକୁ ଲୁଗା ଯୋଗାଣରେ ବ୍ୟବସାୟ ବୃଦ୍ଧି ଆଦି ଉପରେ ଗୁରୁତ୍ୱାରୋପ୍ କରିଥିଲେ । ମହିଳା ହସ୍ତତନ୍ତ ବୁଣାକାର କିପରି ଅଧିକରୁ ଅଧିକ ସରକାରୀ ସୁବିଧା ପାଇପାରିବେ ସେ ଦିଗରେ କାମ କରିବାକୁ କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ବଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଋଣ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଅପରାହ୍ନରେ କ୍ଷେତ୍ର ପରିଦର୍ଶନରେ ଯାଇ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପିପିଲିପାଲି ଗାଁରେ ଥିବା ପରମେଶ୍ୱରୀ ତନ୍ତୁବାୟ ସହଯୋଗ ସମିତି ଲିଃଠାରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ବୁଣାକାରମାନଙ୍କୁ ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ । ତତ୍‌ସହିତ ସମିତିର ସୁତା ଓ ରଙ୍ଗେଇର ବିଭିନ୍ନ ଆନୁସଙ୍ଗିକ ପଦ୍ଧତିଗୁଡିକ ବୁଲି ପ୍ରସଂଶା ମଧ୍ୟ କରିଥିଲେ । ଏହା ପରେ ୩୪ ଜଣ ବୁଣାକାର ହିତାଧିକାରୀଙ୍କୁ ହସ୍ତତନ୍ତ ସରଞ୍ଜାମ ବଣ୍ଟନ କରି ଲୁଗା ବୁଣାରେ ଉତ୍ତମମାନ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ସମୀକ୍ଷା ବୈଠକ ଏବଂ କ୍ଷେତ୍ର ପରିଦର୍ଶନରେ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ବୟନ ଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ(ପଶ୍ଚିମାଞ୍ଚଳ) ବରଗଡ ପ୍ରସନ୍ନ କୁମାର ଗନ୍ଧୀୟତ, ଭାରାପ୍ରାପ୍ତ ବୟନ ଶିଳ୍ପ ଉପନିର୍ଦ୍ଦେଶକ ସୋନପୁର ଶ୍ରୀ ବିନାୟକ ସୃଷ୍ଟି ବୟନ ପର୍ଯ୍ୟବେକ୍ଷକ ଧୃବରାଜ ମେହେରଙ୍କ ସହିତ ଅନ୍ୟ ସମସ୍ତ କ୍ଷେତ୍ର କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.