ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନରେ ସେକ୍ଟର ୧୬ ଖଡିଆପଡା ଅଞ୍ଚଳ ପରିଦର୍ଶନରେ ଯାଇ ମା’ ଭଉଣୀଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ମା ଭଉଣୀମାନେ ସେହି ବସ୍ତିରେ ଆଲୋକର ସୁବିଧା ହୋଇ ପାରୁନଥିବାରୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ ଏବଂ ରାସ୍ତାରେ ମାଟି ଗୋବର ପଡି କାଦୁଅ ହୋଇଯାଉଥିବାରୁ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି ଅବଗତ କରାଇଥିଲେ । ଏହି ପ୍ରକାରର ସମସ୍ୟାକୁ ସରକାରୀ ସ୍ତରରେ ସମାଧାନ କରିବେ ବୋଲି ଶ୍ରୀ ସେଠୀ ଆଶ୍ୱସନା ଦେଇଥିଲେ ।