ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍ଏସିରେ ପ୍ରତ୍ୟେକ ୱାର୍ଡରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ୧ କୋଟି ୯୦ ଲକ୍ଷ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ମୁକ୍ତା ଯୋଜନାରେ ଆସିଥିବା ଏହି ଅନୁଦାନରେ ସହରର ଉର୍ନ୍ନତିକରଣ କରାଯିବ ଏହାର ପ୍ରକ୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏଥିପାଇଁ ସ୍ଥାନ ଚିହ୍ନଟ ସରିଛି । ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣ ସ୍ଥଳ ଅନୁଧ୍ୟାନ କରିଛନ୍ତି । ୱାର୍ଡ ନଂ ୧ ପଣ୍ଡାସାହିଠାରେ ନିର୍ମାଣ କାର୍ଯ୍ୟ ଚାଲିଥିବା କଲ୍ୟାଣୀ ମଣ୍ଡପ ସମ୍ମୁଖରେ ପାର୍କିଂ ଓ ପାର୍କ ଖୁବ ଶୀଘ୍ର ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଏନ୍ଏସି ଇଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏଥିପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ସେ କହିଛନ୍ତି । ମୁକ୍ତା ଯୋଜନାରେ ଏହି ଟଙ୍କା ଖର୍ଚ୍ଚ ହେବ । ଇଓଙ୍କ ଅନୁଧ୍ୟାନ ବେଳେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ମୁକ୍ତା ଯୋଜନା ଅଧିକାରୀ ଚିନ୍ମୟୀ ପୃଷ୍ଟି, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରିୟା ସାବତ ପ୍ରମୁଖ ଉପସ୍ଥିତ ଥିଲେ ।