କୃଷକ ଉତ୍ପାଦକ କମ୍ପାନୀର ପରିଦର୍ଶନ କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ଭାରତ ସରକାର ଓ ନାବାର୍ଡ ସହାୟତାରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ କୃଷକ ଉତ୍ପାଦକ କମ୍ପାନୀ ପ୍ରୋତ୍ସାହନ ଓ ପରିଚାଳନା ଯୋଜନାରେ କଳାହାଣ୍ଡି, ବରଗଡ, କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାର ୨୧ ଗୋଟି ଏଫ୍‌ପିଓର ପରିଚାଳନା ନିର୍ଦ୍ଦେଶକ ମଣ୍ଡଳୀଙ୍କ ଏକ ତାଲିମ ଓ ପରିଦର୍ଶନ କାର୍ଯ୍ୟକ୍ରମ ସ୍ଥାନୀୟ ତପୋବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାନେତ୍ରୀ ସୁଶ୍ରୀ ରୋଜାଲିନ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ଅମାତ ଓ ଉପଜିଲ୍ଲା କୃଷି ଅଧିକାରୀ ରବି ସେନାପତି ଯୋଗ ଦେଇ ଏଫ୍‌ପିଓମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଅଗ୍ରଣୀ ଚାଷୀ ଏଫ୍‌ପିଓ ଗୋଲାମୁଣ୍ଡା କଳାହାଣ୍ଡିର ପରିଚାଳନା ନିର୍ଦ୍ଦେଶକ ତଥା ଅଗ୍ରଣୀ ଚାଷୀ କୃଷ୍ଣ ନାଗ ନିଜର ପନିପରିବା ଚାଷରୁ ବାର୍ଷିକ ୭୫ ଲକ୍ଷ ଟଙ୍କାର ଆୟ କରୁଥିବା ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ । ମହାଶକ୍ତି ଫାଉଣ୍ଡେସନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡ଼ା. ଅମୂଲ୍ୟ ମହାନ୍ତି ଓ ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଏଫ୍‌ପିଓର ଗଠନ, ପରିଚାଳନା ତଥା ବ୍ୟବସାୟିକ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଅପରାହ୍ନରେ ଆମ୍ବାଭୋନା ସ୍ଥିତ ସମ୍ପୂର୍ଣ୍ଣ ପ୍ରକଳ୍ପ ମାଧ୍ୟମରେ ଗଠିତ ଉତ୍କଳିକା ଏଫ୍‌ପିଓକୁ ସମସ୍ତ ଅଂଶଗ୍ରହଣକାରୀ ପରିଦର୍ଶନରେ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ମହେଶ କୁମାର ଦାସ, ମିହିର ରଂଜନ ସାଗର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.