ୟୁନିସେଫ୍ ସଂସ୍ଥା ତରଫରୁ ବରଗଡ ଜିଲ୍ଲାର ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ ପରିଦର୍ଶନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଅନ୍ତର୍ଜାତୀୟ ସଂସ୍ଥା ୟୁନିସେଫ୍ ଟିମ୍ ତରଫରୁ ଗତକାଲି ବରଗଡ ଜିଲ୍ଲାର ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ।ବରଗଡ ଜିଲ୍ଲାର ଗାଏସିମା ଏବଂ ଭଟଲି ଗ୍ରାମକୁ ଯାଇ ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ଦୁଇଟି ସର୍ବୋତ୍ତମ ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମକୁ ସୁଟିଂ କରିଥିଲେ । ଏଥିରେ ବରଗଡ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ୨ଟି ସବୁଠାରୁ ଉନ୍ନତ ବିକଳ୍ପ ଶିକ୍ଷା କାର୍ଯ୍ୟ କରୁଥିବା ପ୍ରଥମ ବର୍ଷ ଗୁରୁ ଛାତ୍ରୀ ସୁଚିସ୍ମିତା ଏବଂ ଦ୍ବିତୀୟ ବର୍ଷ ଗୁରୁ ଛାତ୍ର ହରିସ୍‌ର ଶ୍ରେଣୀ ପରିଚାଳନାକୁ ଅନୁଧ୍ୟାନ କରି ସୁଟିଂ କରିଥିଲେ । ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ସିନିଅର ଅଧ୍ୟାପକ ସରୋଜ ଛତ୍ରିଆ ଏବଂ ଅଧ୍ୟାପକ ଜନକ ସେଠ୍ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ । ଭଟଲି ବିଇଓ ସରୋଜ ଭୋଇ ଏବଂ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକଙ୍କ ମଧ୍ୟ ମତାମତ ନେଇଥିଲେ । ଶେଷରେ ୟୁନିସେଫ୍ ଟିମ୍ ତରଫରୁ କିଛି ଶିକ୍ଷଣ ସାମଗ୍ରୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.