ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା ଗ୍ରହଣ ଦ୍ଵାରା ହିଁ ଆଜି ମଣିଷ ସଂସାରରେ ସବୁ କିଛି କରିପାରୁଛି । ଦିନକୁ ଦିନ ଦୁନିଆ ଯେତେ ଉନ୍ନତି କରୁଛି ବିଭିନ୍ନ ପାଠ୍ୟକ୍ରମ ମଧ୍ୟ ବାହାରୁଛି । ଯଦ୍ଵାରା ଚାକିରି ପାଇବା ପାଇଁ ସୁବିଧା ହେଉଛି । ଛାତ୍ରଛାତ୍ରୀମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଏବେ ସରକାର ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ଶିକ୍ଷା ମାଧ୍ୟମରେ ଯୁବ ପିଢିଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଇସେକ୍ଟ କେନ୍ଦ୍ରର ପରିଚାଳକ ଶିବାନନ୍ଦ ଦୀକ୍ଷିତ ନିଜ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଧରି ଟିଟିଲାଗଡର ଅଗ୍ରଣୀ ଇଣ୍ଡଷ୍ଟ୍ରି ବିଜୟ ଷ୍ଟିଲକୁ ଗୁରୁବାର ଦିନ ପରିଦର୍ଶନରେ ନେଇଥିଲେ । ସଂସ୍ଥାର ପରିଚାଳକ ତ୍ରିଲୋକ ରାଓ ଏବଂ ସତ୍ୟମ ରାଓ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନିଜ ଇଣ୍ଡଷ୍ଟ୍ରି ବୁଲାଇ କିପରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଏ ତାହା ଦେଖାଇବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ଗୋଟିଏ ବ୍ୟବସାୟ ଆରମ୍ଭ କରିବାକୁ ହେଲେ କ’ଣ କ’ଣ ଦରକାର ? ସରକାରି ସୁବିଧା କ’ଣ କ’ଣ ରହିଛି ? ନିଜେ ବ୍ୟବସାୟ କିପରି କରିପାରିବେ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ।
ଏହା ଇଣ୍ଡଷ୍ଟ୍ରି ୧୯୯୬ ମସିହାରୁ ଆରମ୍ଭ ହୋଇଥିଲା ମାତ୍ର ୪ ଜଣ ଶ୍ରମିକଙ୍କୁ ନେଇ ଆଜି ୨୭ ବର୍ଷ ସଫଳତାର ଶୀର୍ଷକୁ ପହଁଚିବା ସହ ୮୦ ଜଣ କାରୀଗରଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି । ଲୁହା ଏବଂ ଷ୍ଟେନଲେସ ଷ୍ଟିଲର ବହୁତ ଭେରାଇଟିର ସାମଗ୍ରୀ ପ୍ରସ୍ତୁତ କରି ନିଜ ସହର ତଥା ପଶ୍ଚିମ ଓଡ଼ିଶାକୁ ସପ୍ଲାଏ କରୁଛନ୍ତି । ଖାସ କରି ଲୁହା ଆଲମାରୀ, ରେକ, ଘରରେ ବ୍ୟବହୃତ ହେଉଥିବା ଲୁହା କବାଟ, ଝରକା, ଗେଟ, ଛାତ୍ ଉପରେ ଦିଆଯାଉଥିବା ରୁଫ ସେଡ, ସେଣ୍ଟରିଂ ପ୍ଲେଟ ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ଲୋକଙ୍କ ଚାହିଦା ଅନୁସାରେ ମଧ୍ୟ ତିଆରି କରି ଯୋଗାଇ ଦିଆଯାଉଛି ବୋଲି କହିବା ସହ ଶ୍ରୀ ରାଓ କିପରି ପରିଶ୍ରମ କରି ଆଜି ଏହି ସଫଳତା ପାଇଛନ୍ତି ସେହି ସଫଳତାର ବିଷୟରେ ଆଇସେକ୍ଟ ସ୍କିଲ ସେଣ୍ଟରର ପରିଚାଳକ ବର୍ଣ୍ଣନା କରିଥିଲେ ।