ଐତିହାସିକ ପୋତାଗଡ଼ ଦୁର୍ଗ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ଐତିହାସିକ ପୋଡ଼ାଗଡ଼ ଦୁର୍ଗ ଗୁରୁବାର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ପୋତାଗଡ଼ ଦୁର୍ଗକୁ ସୌନ୍ଧର୍ଯ୍ୟକରଣ କରି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଯୋରଦେଇ ଆସୁଥିବା ବେଳେ କରୋନା ମାହାମାରୀ ପାଇଁ କିଛି ମାସହେଲା କାମ ବନ୍ଦ ରହିଥିଲା । ପୂର୍ବରୁ କରାଯାଇଥିବା ଡିଜାଇନ ଅନୁଯାୟୀ ପୁଣି ପୋତାଗଡ଼ ଦୁର୍ଗର ସୌନ୍ଧର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରାଯିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ଦୁର୍ଗ ପରିଦର୍ଶନ ବେଳେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସ୍ଥାନୀୟ ତହସିଲ,ଏନ୍‌ଏସି ପ୍ରଶାସନ, ଗ୍ରାସୀମ କମ୍ପାନୀ ଡିଜିଏମ୍ ରବିନ୍ଦ୍ର କୁମାର ମହାନ୍ତି, ସୁଧିର କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.