ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳ ପରିଦର୍ଶନ କଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି : ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳ ପରିଦର୍ଶନ କରିଛନ୍ତି ବିଦେଶୀ ପର୍ଯ୍ୟଟକ । ସୂଚନା ଅନୁସାରେ ଇଟାଲୀର ଦୁଇ ଦମ୍ପତି ଗତ ନଭେମ୍ବର ମାସ ୧୪ ତାରିଖରୁ ଆସି ଦିଲ୍ଲୀରୁ କଲିକତାରେ ପହଁଚି ଇଣ୍ଟରନେଟରୁ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଥିବା ସାଇ ହିଲଭିୟୁ ରିସର୍ଟ ସର୍ଚ୍ଚ କରି ଆସି ପହଞ୍ଚି ଥିଲେ । ସେମାନଙ୍କର ନାମ ଜନ ଫ୍ରାଙ୍କଲ ଖିସଟଫେ ରାଣେ ଓ ମାର୍ଗହେରିଟା । ରିସର୍ଟର ମାଲିକ ମନୋରଞ୍ଜନ ଦାସ ତାଙ୍କୁ ପଞ୍ଚଲିଙ୍ଗେଶ୍ୱର, ଖୁମକୁଟ, ବିଶ୍ୱେଶ୍ୱର ମହାଦେବ, ନୀଳଗିରିର ବିଭିନ୍ନ ଅଞ୍ଚଳ ବୁଲାଇଥିଲେ । ତେବେ ଓଡ଼ିଆ ଖାଦ୍ୟ ପଖାଳ, ବଡିଚୁରା, ବାଇଗଣ ପୋଡା, ଡାଲମା, ରୁଟି, ପନିର ତରକାରୀ ଖାଇ ଖୁସି ମନରେ ଉଭୟ ଦମ୍ପତି ଫେରି ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.