om academy

ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି । ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଗାଈ ମାନଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା, ଦିଆଯାଉଥିବା ଗୋ ଖାଦ୍ୟ ସବୁ ବୁଲି ଦେଖିଥିଲେ ଏବଂ କିଛି ଗାଈ ମାନଙ୍କୁ ଫଳ ଓ ପନିପରିବା ମଧ୍ୟ ଖାଇବାକୁ ଦେଇଥିଲେ । ଏକ ନବ ଜନ୍ମିତ ବାଛୁରୀକୁ ଦେଖି ମୁଖ୍ୟମନ୍ତ୍ରୀ ଏହାର ନାମ କଣ ବୋଲି ପଚାରି ଥିଲେ । ତାହାର ନାମ ଦିଆଯାଇ ନାହିଁ ବୋଲି ଜାଣିବା ପରେ ମୁଖ୍ୟମନ୍ତ୍ରୀ ତା’ର ନାମ ରଖିଥଲେ କ୍ରିଷ୍ଣା ।

Leave A Reply

Your email address will not be published.