om academy

ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବଙ୍କ ପୁରୀ, କୋଣାର୍କ ଓ କାକଟପୁର ପରିଦର୍ଶନ

jsm
  • ମା’ ମଙ୍ଗଳା ପୀଠର ହେବ ଉନ୍ନତିକରଣ
  • ପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ
  • ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ teaching hospital କାମ ଜୁନ ୨୦୨୩ ସୁଦ୍ଧା ଶେଷ ହେବ
  • କୋଣାର୍କ ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ ଏପ୍ରିଲ ୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ସକାଳେ ପୁରୀ, କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା’ ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।

ଜଗନ୍ନାଥ ସଂସ୍କୃତିରେ ମା’ ମଙ୍ଗଳାଙ୍କ ପୀଠର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି । ବିଶେଷ କରି ନବକଳେବର ସମୟରେ ଦାରୁ ଅନ୍ୱେଷଣ କାର୍ଯ୍ୟ ମାଆଙ୍କ ନିର୍ଦ୍ଦେଶରେ କରାଯାଇଥାଏ ବୋଲି ବିଶ୍ୱାସ ରହିଛି । ଏତଦ୍‌ ବ୍ୟତୀତ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ଭାବରେ ମା’ ମଙ୍ଗଳା ପୀଠ ଓଡ଼ିଶାର ଘରେ ଘରେ ପରିଚିତ । ପ୍ରତିଦିନ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ ପାଇଁ କାକଟପୁର ଆସିଥାନ୍ତି । ତେଣୁ ୫ଟି ଉପକ୍ରମରେ ଏ ପୀଠର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ ମଙ୍ଗଳା ପୀଠର ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ପୀଠର ଉନ୍ନତିକରଣ ବିଷୟରେ ଆଲୋଚନା କରିଥିଲେ । ମନ୍ଦିର ଜଳ ନିଷ୍କାସନ, ପାର୍କିଂ ଯାତ୍ରୀଙ୍କ ସୁବିଧା ପ୍ରାଚୀ ନଦୀ ଘାଟର ଉନ୍ନତିକରଣ ଆଦି ପାଇଁ ପଦକ୍ଷେପମାନ ଗ୍ରହଣ କରାଯିବ ।

ଏଥିନିମନ୍ତେ ସେବାୟତ ସ୍ଥାନୀୟ ଲୋକ ଓ ଟ୍ରଷ୍ଟି ମାନଙ୍କ ସହ ଆଲୋଚନା କରି ବିସ୍ତୃତ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ । OBCC ଏହି ଯୋଜନା ପ୍ରସ୍ତୁତ କରିବ ।

ପୂର୍ବରୁ ଶ୍ରୀ ପାଣ୍ଡିଆନ୍ ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ । ସେଠାରୁ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ teaching hospital ନିର୍ମାଣ କାମ ବୁଲି ଦେଖିଥିଲେ ଓ ଅଗ୍ରଗତିର ସମୀକ୍ଷା କରିଥିଲେ ।

୨୦୨୩ ଜୁନ ସୁଦ୍ଧା teaching hospital କାମ ଶେଷ ହେବ ବୋଲି ସମୀକ୍ଷାରୁ ଜଣାଯାଇଛି । ପରେ କୋଣାର୍କ ଯାଇ ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ଚନ୍ଦ୍ରଭାଗା ବେଳାଭୂମି ବିକାଶ କାମ, କୋଣାର୍କ ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂ ରୋଡ କାମ ଅନୁଧ୍ୟାନ କରିଥିଲେ । କାମର ଅଗ୍ରଗତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ । କୋଣାର୍କ ଚନ୍ଦ୍ରଭାଗା ରାଜପଥ ସମ୍ପ୍ରସାରଣ କାମ ୨୦୨୩ ଏପ୍ରିଲ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ।

୫ଟି ସଚିବଙ୍କ ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.