ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ. ୪ର ଠିକାଦାରପଡ଼ାକୁ ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ପରିଦର୍ଶନ ସମୟରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ପଡ଼ାବାସୀ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ପଡାରେ ରହିଥିବା ମୁଖ୍ୟତଃ ଡ୍ରେନେଜ ବ୍ୟବସ୍ଥା ସହ ଅନ୍ୟ ବିଭିନ୍ନ ସମସ୍ୟା ବିଷୟରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ କହିଥିଲେ । ଯାହାର ପ୍ରତିଉତ୍ତରରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଅତିଶୀଘ୍ର ସମସ୍ୟାଗୁଡିକର ସମାଧାନ ହେବ ବୋଲି ପଡାବାସୀଙ୍କୁ ପ୍ରତିଶୃତି ଦେଇଥିଲେ ।