centurian jitm

ଛତ୍ରପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜପୁର ଗ୍ରାମର ପ୍ରାଚୀନ ଶୈବପୀଠ ପରିଦର୍ଶନ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଞ୍ଜାମ ବ୍ଲକ ଅଧୀନସ୍ଥ ରାଜପୁର ଗ୍ରାମରେ ଥିବା ୧୫୦ ବର୍ଷରୁ ଉର୍ଦ୍ଧ୍ବ କାଳର ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ ରାଜେଶ୍ୱର ମହାଦେବ ମନ୍ଦିର ପରିଦର୍ଶନ କରିଛନ୍ତି । ଉକ୍ତ ମନ୍ଦିରର ପ୍ରାଚୀନ କୀର୍ତ୍ତି କଳା, ଭାସ୍କର୍ଯ୍ୟ, ବାସ୍ତୁଧର୍ମୀ ଏବଂ ପ୍ରତ୍ନତତ୍ତ୍ୱ ଉପରେ ଗବେଷଣା କରାଯାଇ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା । ଉକ୍ତ ମନ୍ଦିରର ନିର୍ମାଣ ଓ ମରାମତି କରାଯିବା ସହ ଏହାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ନିରୀକ୍ଷଣ ହୋଇଥିଲା । ଏହି ସବୁ ଧାର୍ମିକ ପୀଠ ଗୁଡିକ ବିଷୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାଧ୍ୟମରେ ଉପଯୁକ୍ତ ପଦକ୍ଷେପ ନିଆଯାଇ ଇତିହାସ ତତ୍ତ୍ୱ ଉପରେ ଉଦାହରଣ ସ୍ୱରୂପ ଏହାକୁ ଶିକ୍ଷାଦାନରେ ଏସବୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ବିଶିଷ୍ଟ ଶିକ୍ଷାବିତ୍‌ ରଜନୀକାନ୍ତ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି । ପ୍ରତ୍ନତାତ୍ତ୍ୱିକ ବିଭାଗ, ରାଜ୍ୟ ସଂସ୍କୃତି ବିଭାଗର କଳା ଓ ସ୍ଥାପତ୍ୟ ବିଭାଗ ଏହି ଶୈବପୀଠ ଉପରେ ଅନୁସନ୍ଧାନ କରି ଏଭଳି ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣ କରିବା, ସୁରକ୍ଷିତ କରିବା ଏବଂ ନିର୍ମାଣ ଓ ମରାମତି କରି ଉନ୍ନତି ସାଧିତ କରାଯିବା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ପଦକ୍ଷେପ ନେବା ଉପରେ ଛତ୍ରପୁରର କ୍ରିୟାନୁଷ୍ଠାନ କମିଟି ଗୁରୁତ୍ୱାରୋପ କରିଛି । ଦୀର୍ଘ ଶତାଧିକ ବର୍ଷରୁ ଅଧିକ ଦିନ ଧରି ଯେଉଁସବୁ ମନ୍ଦିର, ଦେବାଳୟ, ଧାର୍ମିକ ପୀଠ ପରିଚାଳିତ ହୋଇଆସୁଛି ସେଗୁଡ଼ିକର ଉନ୍ନୟନ ଦିଗରେ ବିହିତ ପଦକ୍ଷେପ ନିଆଯିବା ଉପରେ ବିଶଦ ଆଲୋଚନା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମନ୍ମଥ କୁମାର ପାଢ଼ୀ, ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ନିଗମ ଆଚାର୍ଯ୍ୟ, ନବୀନ ମହାନ୍ତି ପ୍ରମୁଖ ଏହି ନିରୀକ୍ଷଣ ଓ ପୀଠ ପରିଦର୍ଶନରେ ଅଂଶଗ୍ରହଣ କରିଥିଲେ । ଏଭଳି ଧାର୍ମିକ ପୀଠ ଗୁଡିକ ପ୍ରତି ସରକାରଙ୍କ ଦୃଷ୍ଟିକୁ ଅଣାଯିବା ଦିଗରେ ଜନସାଧାରଣଙ୍କ ସହଯୋଗ ଓ କର୍ତ୍ତବ୍ୟ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.