oom

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ ଭିତ୍ତିଭୂମି ଓ ହଷ୍ଟେଲ ପରିଦର୍ଶନ କଲା ବିଜୁ ଛାତ୍ର ଜନତା ଦଳ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ହଷ୍ଟେଲ ସମସ୍ୟାକୁ ନେଇ କୁଳପତିଙ୍କୁ ଭେଟିବା ସହିତ ନୂତନ ଭାବରେ ନିର୍ମିତ ହୋଇଥିବା ହଷ୍ଟେଲକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବିଭାଗ ତଥା ପିଡବ୍ଲୁଡି ବିଭାଗ ଦ୍ଵାରା ନିର୍ମିତ ଲେଡିସ ହଷ୍ଟେଲ ଏବଂ ଅନ୍ୟ ଦୁଇ ହଷ୍ଟେଲ ଯାହା ବ୍ରିଜ୍‌ ଏଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ ଦ୍ଵାରା ନିର୍ମିତ ହଷ୍ଟେଲକୁ ୧୫ ଦିନ ଭିତରେ କାମ ସାରି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦ ଏହି ଦୁଇ ବିଭାଗର ଅଧିକରୀଙ୍କୁ ନିବେଦନ କରିଛନ୍ତି । ଏହି ହଷ୍ଟେଲ ହସ୍ତାନ୍ତର କରିବା ଦ୍ୱାରା ଏହି ବର୍ଷ ନାମ ଲେଖାଇଥିବା ସମସ୍ତ ଛାତ୍ରଛାତ୍ରୀ ହଷ୍ଟେଲ ପାଇପାରିବେ ଏବଂ ହଷ୍ଟେଲ ସମସ୍ୟାର ଦୂରୀକରଣ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିର କ୍ରୀଡା ସମ୍ପାଦକ ତନ୍ମୟ ତାଣ୍ଡି, ଅନ୍ନଦା ପ୍ରସାଦ ରଣା, ଆଶିଷ ଗଡତିଆ, ଅରବିନ୍ଦ ବିଶ୍ଵାଳ, ବାଦଳ ଖମାରୀ, ବିନିତ, ସି.ଏଚ୍‌ ଲକ୍ଷ୍ମଣ, ରିତେଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.