oom

ଛେଲିଆପାଟ ପୀଠ ଆମ୍ବଝରଣକୁ ଜିଲ୍ଲାପାଳଙ୍କ ପରିଦର୍ଶନ

jsmm

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଝରଣୀପାଲି ପଞ୍ଚାୟତ ଅନ୍ତର୍ଗତ ଆମ୍ବଝରଣଠାରେ ଥିବା ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ଛେଲିଆପାଟ ପୀଠକୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର୍ ଗସ୍ତ କରି ନିରୀକ୍ଷଣ କରିଛନ୍ତି । ପୂର୍ବରୁ ଉକ୍ତ ସ୍ଥାନକୁ ସରକାରି ସ୍ତରରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଝରଣୀପାଲି ସରପଞ୍ଚ ଏବଂ ଆମ୍ବଝରଣ ଗ୍ରାମବାସୀ କ୍ୟାବିନେଟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କଠାରେ ଦାବି କରିଥିଲେ । ଜିଲ୍ଲାପାଳ ବଲାଙ୍ଗିର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ପର୍ଯ୍ୟଟନ ଅଧିକାରି ରଶ୍ମିରଞ୍ଜନ ମିଶ୍ର, ଆଗଲପୁର ବିଡିଓ ମହାପାତ୍ର କୁଲଦୀପ ମହାନ୍ତି ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ପରିଦର୍ଶନ କରିଥିଲେ । ଏହି ସମୟରେ ଝରଣୀପାଲି ସରପଞ୍ଚ ସୁନୀତା ସାହୁ ଏବଂ ଗ୍ରାମବାସୀ ଉପସ୍ଥିତ ରହି ଛେଲିଆପାଟ ପୀଠ ବିଷୟରେ ଅବଲୋକନ କରିଥିଲେ, ଓ କିପରି ଭାବରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ତଥା ପୀଠର ଉନ୍ନତୀ ହୋଇପାରିବ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଉକ୍ତ ସ୍ଥାନକୁ ବହୁ ଦୂର ଦୁରାନ୍ତରୁ ଲୋକେ ବଣଭୋଜି ଏବଂ ପର୍ବତାରୋହଣ ତଥା ମାଁ ଛେଲିଆପାଟ ମନ୍ଦିରଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି ।

jittmm
Leave A Reply

Your email address will not be published.