om academy

ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ । ପ୍ରଥମେ ଆଜି ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି । ଖଣ୍ଡଗିରିରେ ଥିବା ତପୋବନ ହାଇସ୍କୁଲ, ପରେ ଯୁନିଟ୍ ୨ରେ ଥିବା ସରକାରୀ ଗାର୍ଲସ ହାଇସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି । ଏଠାରେ ସମସ୍ତ ଛାତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପରେ ୟୁନିଟ ୨ରେ ଥିବା କୁନ୍ତଳା କୁମାରୀ ସାବତ ଆଦିବାସୀ ଗାର୍ଲସ ହଷ୍ଟେଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସକାଳ ୧୦ଟାରେ ରାଜଭବନ ଫେରିବେ ରାଷ୍ଟ୍ରପତି । ୧୧ଟା ୪୦ରେ ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଆଜିର ବ୍ୟସ୍ତବହୁଳ ସମସ୍ତ କାର୍ଯ୍ୟକ୍ରମ ସାରି ଅପରାହ୍ନ ୧ଟା ୧୫ରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Leave A Reply

Your email address will not be published.