centurian jitm

ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ହେଲେ ଯୁବନେତା ନିର୍ମଳ କୁମାର ପରିଡା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ଭାବେ ନିର୍ମଳ କୁମାର ପରିଡ଼ାଙ୍କ ନିଯୁକ୍ତି କରିବା ପରେ ଆଜି ତାଙ୍କ ନେତୃତ୍ୱରେ ମାଁ ଗଡ଼ଚଣ୍ଡୀ ପୀଠ, କାଳୁପଡାଠାରେ ବ୍ଲକ ଏକୋଇଶ ପଞ୍ଚାୟତର ମୁରବୀ ଓ ଦଳୀୟ କର୍ମୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡେଲାଙ୍ଗ ପିପିଲିର କଂଗ୍ରେସ ନେତା ବିଶ୍ୱକେସନ ହରିଚନ୍ଦନ ମହାପାତ୍ର, ଜିଲ୍ଲା ସଂଯୋଜକ ରାଜେଶ ମିଶ୍ର, ଅବଜରଭର ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ପ୍ରକାଶ ପ୍ରଧାନ, ଗୁଣନିଧୀ ପ୍ରଧାନ, ଖେତ୍ରବାସି ସାହୁ , ରାଜିବ ଲୋଚନ ହାତି, ଶରତ ପ୍ରଧାନ, ଅଶୃମୋଚନ ପ୍ରଧାନ, ଇସୁଫ ମହମ୍ମଦ, ସୁଧିର ବରାଳ, ପ୍ରଶାନ୍ତ ରାଣା ଏବଂ ଦିପ୍ତି ସ୍ୱାଇଁ ସୁବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ଦଳ କିପରି ତୃଣମୂଳ ସ୍ତରରେ ସୁଦୃଢ ହେବ ସେଥିପାଇଁ ଆଲୋଚନା ଓ ମତାମତ ରଖିଥିଲେ । ଏହି ବୈଠକରେ ବ୍ଲକ ସଭାପତି ଶ୍ରୀ ପରିଡ଼ାଙ୍କୁ ଦଳୀୟ ନେତୃବୃନ୍ଦ, କର୍ମୀ ଓ ସମର୍ଥକ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । କଂଗ୍ରେସ ପକ୍ଷରୁ ଖୁବ ଶୀଘ୍ର ଜୋନ ସ୍ତରୀୟ ଏବଂ ପଞ୍ଚାୟତି ସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ନବ ନିଯୁକ୍ତ ବ୍ଲକ ସଭାପତି ନିର୍ମଳ ପରିଡା ସୂଚନା ଦେଇଥିଲେ ।

Leave A Reply

Your email address will not be published.