ବଙ୍ଗୋମୁଣ୍ଡା ବ୍ଲକର କୃଷକ ସାଥିମାନଙ୍କୁ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା କୃଷି କାର୍ଯ୍ୟାଲୟ ଠାରେ ବଙ୍ଗୋମୁଣ୍ଡା ବ୍ଲକର କୃଷକ ସାଥିମାନଙ୍କୁ ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ କୃଷି ଅଧିକାରୀ ଦୀପ୍ତିମୟୀ ବାରିକ ଯୋଗ ଦେଇ କୃଷକ ସାଥିମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ । ଏଥିରେ କୃଷକ ସାଥି ସଂଘ ବଲାଙ୍ଗିର ଜିଲ୍ଲା ସଭାପତି ସୌଦାଗର ସାହୁଙ୍କ ସହ ବଙ୍ଗୋମୁଣ୍ଡା ବ୍ଲକର ସମସ୍ତ କୃଷକ ସାଥୀମାନେ ଉପସ୍ଥିତ ଥିଲେ । ଏଥିରେ କୃଷି ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.