ସରସ୍ୱତୀ ବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସରସ୍ୱତୀ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ବସି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ଏହି କମିଟିରେ ସର୍ବସମ୍ମତିକ୍ରମେ ଅନୁପ କୁମାର ସାମଲ ସଭାପତି ଭାବରେ, ଅକ୍ଷୟ କୁମାର ପରିଡା ସଂପାଦକ ଭାବରେ, ରାଧାଶ୍ୟାମ ପରିଡା ଦାତାସଭ୍ୟ ଭାବରେ, ଧରିତ୍ରୀ ଦାସ ମହିଳାସଭ୍ୟ ଭାବରେ, ଦିଲ୍ଲୀପ କୁମାର ଭୁଇ ଓ ନିରୁପମା ପତିଙ୍କୁ ଶିକ୍ଷାବିତ୍ ସଭ୍ୟ ଭାବରେ, ମୋରିସ ଗୁରୁଆ ଜନଜାତି ଓ ଉପଜନଜାତି ସଭ୍ୟ ଭାବରେ, ସାବିତ୍ରୀ ବଡାଇକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ଅନିମା ବିଶ୍ବାଳଙ୍କୁ ଶିକ୍ଷକ ପ୍ରତିନିଧି ଭାବେ ମନୋନୀତ କରାଯାଇଥିଲା । ପ୍ରାକ୍ତନ ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି ଓ ବର୍ତ୍ତମାନର ସଭାପତି ବ୍ରଜେନ୍ଦ୍ର ଦାଶ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭ୍ୟା ସ୍ବର୍ଣ୍ଣଲତା ସାମଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ପାଣି, ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଅଭିଭାବକ ମାନେ ଉପସ୍ଥିତ ରହି ବୈଠକକୁ ସଫଳ କରାଇଥିଲେ ।

Leave A Reply

Your email address will not be published.