oom

ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଗୁରୁତ୍ୱପୂର୍ଣ୍ଣ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ପଦକ୍ଷେପ ଉପରେ ତର୍ଜମା କରିବା ପାଇଁ ବଲାଙ୍ଗିରର ଜିଲ୍ଲା ଗସ୍ତରେ ଆସିଛନ୍ତି ସାଧାରଣ ପର୍ଯ୍ୟବେକ୍ଷକ । ସାଧାରଣ ପର୍ଯ୍ୟବେକ୍ଷକ ରୂପେ ୨୦୦୪ ବ୍ୟାଚ୍‌ ଆଇଏଏସ୍‌ ରାଜ କୁମାର ବେନିୱାଲ ଏବଂ ରଞ୍ଜନ ଭିଶାଲ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି ସହକାରଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି, ଖର୍ଚ୍ଚ ହିସାବ ଓ ଅନ୍ୟାନ୍ୟ ବ୍ୟବସ୍ଥା ତଦାରଖକୁ ନେଇ ସଦର ମହକୁମା ସ୍ଥିତ ଡିଏଫଓ ଅଫିସ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲ୍‌ୱାର, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଡ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ତଥା ଲୋଇସିଂହା ବିଧାନସଭା ରିଟର୍ନିଙ୍ଗ ଅଧିକାରୀ ଡ. ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାବାଞ୍ଜି ବିଧାନସଭା ରିଟର୍ନିଙ୍ଗ ଅଧିକାରୀ ପବିତ୍ର ବେହେରା, ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ଟିଟିଲାଗଡ଼ ରିଟର୍ନିଙ୍ଗ ଅଧିକାରୀ ରେହାନ ଖେତ୍ରୀ, ପାଟଣାଗଡ଼ ରିଟର୍ନିଙ୍ଗ ଅଧିକାରୀ ଅମିତ ନାୟକ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଇସଲ୍‌ୱାର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ପାୱାରପଏନ୍ଟ ଦ୍ଵାରା ଉପସ୍ଥିତ ତଥ୍ୟରେ ସମୁଦାୟ ଭୋଟର, ବୁଥ୍‌, ସେକ୍ଟର ଅଧିକାରୀ, ରୁଟ୍‌ ପ୍ଲାନ୍‌, ଇଭିଏମ୍‌ ପ୍ରସ୍ତୁତି, ଅଣୁ ପର୍ଯ୍ୟବେକ୍ଷକ, ନିର୍ବାଚନ ଖର୍ଚ୍ଚ ପରିଚାଳନା, ସି ଭିଜିଲ, ଗଣମାଧ୍ୟମ ପ୍ରମାଣୀକରଣ ଓ ନିରୀକ୍ଷଣ କକ୍ଷ, ପୋଷ୍ଟାଲ ବାଲାଟ, ହୋମ ଭୋଟିଂ, ବୁଥ୍‌ରେ ପାନୀୟ ଜଳ ଯୋଗାଣ, ଖରାରୁ ରକ୍ଷା ନିମନ୍ତେ ଛାଇ ପାଇଁ ଟେଣ୍ଟ ବ୍ୟବସ୍ଥା ବାବଦରେ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ଆଇନ ଶୃଙ୍ଖଳା ନିମନ୍ତେ ପୋଲିସ ମୁତୟ, ନାକା ଓ ଚେକିଂ ପଏଣ୍ଟ, ଲାଇସେନ୍ସ ଅସ୍ତ୍ର ଜମା, ଫ୍ଲାଗ ମାର୍ଚ ଆଦି ବିଷୟରେ ଆଲୋଚନା କରିଥିଲେ । ତେବେ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଗାଇଡଲାଇନ୍‌ କଡାକଡି ଭାବେ ପାଳନ କରିବା ଏବଂ ନିୟମ ଆଧାରରେ ନିର୍ବାଚନ ପରିଚାଳନା ବିଶେଷ ଗୁରୁତ୍ଵପୂର୍ଣ୍ଣ ବୋଲି ସେ ସୁଚେଇ ଥିଲେ । କୌଣସି ଭୁଲକୁ ପ୍ରଶୟ ନଦେବାକୁ ଏବଂ ଅଧିକ ପୋଲିଙ୍ଗ ପାଇଁ ଜରୁରୀ ପଦକ୍ଷେପ ନେବାପାଇଁ କହିଥିଲେ । ସେହିପରି ଜିଲ୍ଲା ଅଭିଯୋଗ କକ୍ଷ, ଏମ୍‌ସିଏମ୍‌ସି କକ୍ଷ, ଲୋଇସିଂହା ଏବଂ ପାଟଣାଗଡ଼ ବିଧାନସଭା ଷ୍ଟ୍ରଙ୍ଗ ରୁମ୍‌ ବୁଲି ଦେଖିବା ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ନାମାଙ୍କନ ଯାଞ୍ଚ ପ୍ରକ୍ରିୟାକୁ ତର୍ଜମା କରିଥିଲେ ।

jittmm
Leave A Reply

Your email address will not be published.