ମନଭଙ୍ଗ ମା’ ଦୁର୍ଗେଇ ଦେବୀ ନୂତନ ପାଣି ପଞ୍ଚାୟତ ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଠାରେ ମନଭଙ୍ଗ, ପିପଲଖୁଣ୍ଟା, ବିଜିନଗର, ଲୁକୁପାଲି ନୂଆଁଗାଁର ଶତାଧିକ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନକୁଳ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମାରାଣ୍ଡି, ପାଇକମାଲ ବ୍ଲକ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମହେଶ୍ୱର ସାହୁଙ୍କ ଉପସ୍ଥିତିରେ ପାଣି ପଞ୍ଚାୟତ ଗଠନ ଦିଗରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକ ଏକ ନୂତନ ପାଣି ପଞ୍ଚାୟତ ପରିଚାଳନା କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏକ ୩୦ ଜଣିଆ ମନଭଙ୍ଗ ମା’ ଦୁର୍ଗେଇ ଦେବୀ ପାଣି ପଞ୍ଚାୟତ ନୂତନ ପରିଚାଳନା କମିଟି ନାମରେ ଗଠନ କରାଯାଇଥିଲା । ଏଥିରେ ନୂତନ ସଭାପତି ଭାବେ ହେମନ୍ତ କୁମାର ହଂସ, ସଂପାଦକ ସୁବାଷ ଚନ୍ଦ୍ର ମଲ୍ଲିକ, କୋଷାଧ୍ୟକ୍ଷ ରାଜ କିଶୋର ସାହୁ ମନୋନୀତ ହୋଇଥିଲେ । ବୈଠକରେ ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ କନିଷ୍ଠ ଯନ୍ତ୍ରୀ ମାରାଣ୍ଡି ଜଳସେଚନ ପ୍ରକଳ୍ପ ଗୁଡିକର ମରାମତି, ନୂତନ ଡ୍ରେନେଜରେ ଠିକ୍ ଭାବରେ ଚାଷ ଜମିକୁ ଜଳସେଚିତ ହୋଇ ପାରିବ ସେନେଇ ମତପୋଷଣ କରିଥିଲେ । ଏହି ବୈଠକରେ ଭାଗିରଥି ସାହୁ, ଚୁଡ଼ାମଣି ଦିଶିରି, ତାରାଚନ୍ଦ ସାହୁ, ସହଦେବ ଶାହା, ମେଘନାଦ ମଲ୍ଲିକ, ସୁରଥ ମଲ୍ଲିକ, ବାବୁଲାଲ ମଲ୍ଲିକ, ଗାନ୍ଧି ରଣା, ହିରନ ମଲ୍ଲିକ, ରାଜ କିଶୋର ବିଶି ପ୍ରମୁଖ ଉପସ୍ଥିତ ଥିଲେ । ଲାଲଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.