ଶ୍ରୀ ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା ଟ୍ରଷ୍ଟି ଗଠନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା ଟ୍ରଷ୍ଟି ଗଠନ କରାଯାଇଛି । ଏଥିରେ ସ୍ଥାନୀୟ ଉପ-ଜିଲାପାଳ, ଥାନା ଅଧିକାରୀଙ୍କ ସମେତ ଟ୍ରଷ୍ଟି ଭାବେ ମଧୁସୁଦନ ଦାସ, ଗଙ୍ଗାଧର ସାହୁ, ଟି.ଶ୍ରୀନିବାସ ରାଓ, ଭଗବାନ ପଣ୍ଡା, ରଞ୍ଜିତ କୁମାର ସାହୁ, ପ୍ରକାଶ ଚନ୍ଦ୍ର ନାୟକ ଓ ନବ କିଶୋର ପାଣିଗ୍ରାହୀ ନିଜ ନିଜ ଦାୟିତ୍ଵ ଗ୍ରହଣ କରି ସମସ୍ତ ସଦସ୍ୟ ତଥା ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିରର ରୀତିନୀତି ଓ ଉନ୍ନତି କରାଯିବ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.