ଜେନିଥ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଜେନିଥ ଲାୟନ୍ସ ଗୁରୁକୁଳ’ର ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଏକ ଶିକ୍ଷଣୀୟ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ ଅଗ୍ନିଶମ କେନ୍ଦ୍ର, ହସ୍ତତନ୍ତ କାର୍ଯ୍ୟଶାଳା ଓ ଥାନା ପରିଭ୍ରମଣ କରିଥିଲେ । ପ୍ରତ୍ୟେକ ସ୍ଥାନରେ ଛାତ୍ରଛାତ୍ରୀ ଓ ଜେନିଥ କର୍ତ୍ତୃପକ୍ଷଙ୍କୁ ଅଧିକାରୀମାନେ ସ୍ଵାଗତ କରିବା ସହ ସେମାନଙ୍କ ଅନୁଷ୍ଠାନର କାର୍ଯ୍ୟ ପଦ୍ଧତି ସମ୍ପର୍କରେ ସବିଶେଷ ଧାରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜେନିଥ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ଜେନିଥ ଜୁନିୟର ୱିଙ୍ଗ କୋ-ଅର୍ଡିନେଟର ଶୋଭନା ପଣ୍ଡା ଓ ତାଙ୍କ ସହକର୍ମୀମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । ଅଭିଭାବକ ମହଲରେ ଏହି ଶିକ୍ଷାପ୍ରଦ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସିତ ହେଉଛି ।

Leave A Reply

Your email address will not be published.