ପରିବେଶର ବିକାଶ ତଥା ନୂତନ ଜଙ୍ଗଲ ସୃଷ୍ଟି କରିବା ଆମର ଧ୍ୟେୟ ହେଉ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜଙ୍ଗଲ ତଥା ପରିବେଶ ବଞ୍ଚିଲେ ଆମେ ବଞ୍ଚିବା । ପରିବେଶର ବିକାଶ ତଥା ନୂତନ ଜଙ୍ଗଲ ସୃଷ୍ଟି କରିବା ଦିଗରେ ସମସ୍ତେ ଉଦ୍ୟମ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଆହ୍ୱାନ ଜଣାଇଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାର ତଥା ବଲାଙ୍ଗିର ବନଖଣ୍ଡ ତରଫରୁ ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ବୁଢ଼ୀପଦର ଖେଳପଡିଆ ଠାରେ ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଉପରୋକ୍ତ ଆହ୍ୱାନ ଜଣାଇଛନ୍ତି । ବୁଢ଼ୀପଦର ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବଲାଙ୍ଗିର ଡିଏଫ୍‌ଓ ସୁଦର୍ଶନ ବେହେରା ଯୋଗଦେଇ ବଲାଙ୍ଗିର ବନଖଣ୍ଡ ଅଧିନରେ ଥିବା ସମସ୍ତ ଇକୋଟୁରିଜିମ୍‌ ସାଇଟ୍‌ର ଏକ ମୋମେଣ୍ଟୋ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଡୁ, ତହସିଲଦାର ସଂଘମିତ୍ରା କାଲୋ, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ରେଞ୍ଜର ପାଉଲ ହରପାଲ୍, ଫରେଷ୍ଟର ବାବୁଲା ଦାସ, ସମାଜସେବୀ ଯୁଧିଷ୍ଠିର ପଧାନଙ୍କ ସମେତ ବନବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.