ls

ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ

sb

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ପ୍ରାଙ୍ଗଣରେ ବଉଳ ଓ ନିମ୍ବ ଚାରାରୋପଣ କରାଯାଇ, ତା’ର ସୁରକ୍ଷା ଓ ଯତ୍ନ ନେବା ପାଇଁ ବ୍ୟବସ୍ଥା କରାଗଲା । ଜାତୀୟ ସେବା ସଂସ୍ଥା ଅଧିକାରୀ ଡ. ଦିବ୍ୟକାନ୍ତି ବିଲୁଙ୍ଗଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣରେ କହିଲେ ଯେ, ବନ ହେଉଛି ପ୍ରକୃତିର ସର୍ବୋତ୍କୃଷ୍ଟ ପରିସଂସ୍ଥା । ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାର ସୁରକ୍ଷା ଓ ସମ୍ବର୍ଦ୍ଧନ କରିବା ଐଶ୍ୱରୀୟ କାର୍ଯ୍ୟ ଅଟେ । ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପାନପୋଷ ରେଞ୍ଜ ଅଫିସର ଜ୍ଞାନେନ୍ଦ୍ର ଲିମା ଜଙ୍ଗଲର ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିବା ସହିତ ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକର ନୈତିକ ଦାୟିତ୍ଵ ବୋଲି କହିଥିଲେ । ପ୍ରାଧ୍ୟାପିକା ବିଜୟ ଲକ୍ଷ୍ମୀ ଦେଓ ଓ ରୁମା ସାହୁ ସୁସ୍ଥ ପରିବେଶ ପାଇଁ ବୃକ୍ଷର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଆକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ସଭାକାର୍ଯ୍ୟ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

pc pk
Leave A Reply

Your email address will not be published.