ଅଭ୍ୟାସର ଏକ ନୂଆ ଆଭାସ ନିଶା ମୁକ୍ତ ହେଉ ଆମ ପରିବେଶ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଅଭ୍ୟାସ ଟେକ୍ନୋ ବିଦ୍ୟାଳୟ ପଦ୍ମପୁର ବ୍ଲକ ଶିକ୍ଷା ସହ ସଂସ୍କାରରେ ଭରପୁର । ଦିନକୁ ଦିନ ଆଗକୁ ଦଉଡ଼ିବାରେ ଲାଗିଛି । ସବୁ ଝଡ ଛଞ୍ଜାର ସାମ୍ନା କରି ମଧ୍ୟ ଥକୁନି ଅଭ୍ୟାସ । ଆଜି ପୁଣି ଏକ ନୂଆ ଶିକ୍ଷା ଯାହା କି ପିଲାଙ୍କୁ ନିଶା ଠାରୁ କେମିତି ଦୂରେଇ ରଖିବେ ତାହା ଚେଷ୍ଠା କରିବାକୁ ଯାଇ, ଏକ କାର୍ଯ୍ୟକ୍ରମର ଆୟୋଜନ କରି ଥିଲେ । ସେହି କାର୍ଯ୍ୟକ୍ରମରେ ସମାଜ ସେବୀ ବଳରାମ ପଣ୍ଡା, ଶିକ୍ଷୟତ୍ରୀ ସହ ସମାଜସେବୀ, ନାରୀ ନେତ୍ରୀ, ନାରୀ ଶକ୍ତି ଚିତୃପା ଷଡ଼ଙ୍ଗୀ ଏବଂ ସଞ୍ଜୟ ନାୟିକ ପ୍ରମୁଖ ନେତୃତ୍ଵ ଗ୍ରହଣ କରିଥିଲେ । ଏଠାରେ ଛାତ୍ରଛାତ୍ରୀଙ୍କୁ ଯୋଗଦେଇ କେମିତି ନିଜ ପରିବାରକୁ ନିଶାରୁ ବଞ୍ଚିତ କରିବା ସହ ନିଜ ସାହି ପଡିଶା, ଗ୍ରାମରେ ମଧ୍ୟ ଏହି ବାର୍ତ୍ତା ପ୍ରଦାନ କରିବେ । ତାହା ଶିକ୍ଷା କରିଥିଲେ । ପିଲାଙ୍କୁ ବିଭିନ୍ନ ଗଳ୍ପ, ଅଭିନୟ ମାଧ୍ୟମରେ ଏହି ଅତିଥି ବୃନ୍ଦ ଶିକ୍ଷା ଦେଇଥିଲେ । ପିଲା ମଧ୍ୟ ବହୁତ୍ ଆଲୋଚନା ସମାଲୋଚନା କରିଥିଲେ ସେମାନଙ୍କ ସହ । ଅଭ୍ୟାସର ପ୍ରିନ୍ସିପାଲ୍ ଦିବ୍ୟ ଦେବାଶିଷ ଦୂବେ ନିଶା ସେବନ ଦ୍ଵାରା ନିଜ ମସ୍ତିସ୍କ କେମିତି ଅଚଳ ହୋଇଯାଏ, ସେଥିର ବିଜ୍ଞାନ ମୂଳକ କାରଣ ମଧ୍ୟ ପିଲାଙ୍କୁ ଜଣାଇଥିଲେ । ମେନେଜେର ଗାୟତ୍ରୀ ପଣ୍ଡା ନିଶା ଦ୍ଵାରା କେତେ ପରିବାର ନଷ୍ଟ ହୋଇ କେତେ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଛି । ସେ ବିଷୟରେ ସାମକ୍ଷ ସୂଚନା ପ୍ରଦାନ କରିଥିଲେ । ଅଭ୍ୟାସ ଟେକ୍ନୋ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ସମାଜକୁ ବାର୍ତ୍ତା ପ୍ରଦାନ କରିଥିଲେ । ଶିକ୍ଷା ସହ ସଂସ୍କାର ଯେମିତି ଶିକ୍ଷା ସହ ସମାଜର ସୁରକ୍ଷା ଏବଂ ଉନ୍ନତି ବି ସେତିକି ଜରୁରୀ । କାରଣ ଗୋଟେ ପରିବାର ନିଶା ମୁକ୍ତ ଥିଲେ ହିଁ, ସଂସ୍କାରୀ ସହ ସୁରକ୍ଷିତ ରହି ନିଜ ଶିଶୁକୁ ଉତ୍ତମ ପରିବେଶ ସୃଷ୍ଟି କରି ପାରିବ ବୋଲି କହିଛନ୍ତି ।

Leave A Reply

Your email address will not be published.