ପ୍ରକୃତିର ପରିବେଶକୁ ସୁନ୍ଦର ଓ ସବୁଜ ଗଢ଼ି ତୋଳିବା ପାଇଁ ସ୍ଵପ୍ନ ଦେଖିଥିବା ସନ୍ଥ ସାଧୁ ଜୀବନ ବାବାଙ୍କ ପ୍ରୟାସ ଜାରି

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ପ୍ରକୃତିର ପରିବେଶକୁ ସୁନ୍ଦର ଓ ସବୁଜ ଗଢ଼ି ତୋଳିବା ପାଇଁ ସ୍ଵପ୍ନ ଦେଖିଥିବା ସନ୍ଥ ସାଧୁ ଜୀବନ ବାବାଙ୍କ ପ୍ରୟାସ ଜାରି ରହିଛି । ତାଙ୍କ ଜୀବନ କାଳ ମଧ୍ୟରେ ସେ ଅନେକଗୁଡିଏ ବୃକ୍ଷ ରୋପଣ କରି ପରିବେଶକୁ ସୁନ୍ଦର ପ୍ରାକୃତିକ ପରିବେଶ ଗଢ଼ି ତୋଳିବା ପାଇଁ ପ୍ରୟାସ କରିଛନ୍ତି । ୨୦୧୩ ମସିହାରେ ସନ୍ଥ ସାଧୁ ଜୀବନ ବାବା ସାହା ଚାରିଟେବୁଲ ଟ୍ରଷ୍ଟ ନାମକ ଏକ ସଂସ୍ଥା ଗଠନ କରିଥିଲେ । ଗ୍ରୀନ ଡ୍ରାଇଭ ମିସନରେ ସାମିଲ ହେବାପାଇଁ ପ୍ରକୃତିକୁ ଭଲ ପାଉଥିବା ଯୁବପିଢି ଏବଂ ମନୁଷ୍ୟ ସମାଜକୁ ଆହ୍ୱାନ କରିଛନ୍ତି । ଯାହାଦ୍ଵାରା ପରିବେଶ ସୁରକ୍ଷିତ ରହିପାରିବ । ସେ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ ଯେ, ଗୋଟିଏ ଲୋକ ଗୋଟିଏ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠରେ ଥିବା ଜୟଦେବବିହାର ନିକଟସ୍ଥ ଓଏସ୍‌ଏପି ୭ ବାଟାଲିୟନ ପରିସର ମଧ୍ୟରେ । ଓଏସ୍‌ଏପି ୭ ବାଟାଲିୟନ ପରିସର ମଧ୍ୟରେ କାର୍ଯ୍ୟରତ କର୍ମୀମାନଙ୍କ ଜରିଆରେ ପ୍ରାୟ ୨୫୦ରୁ ଉର୍ଦ୍ଧ୍ଵ ଆମ୍ବ ବୃକ୍ଷକୁ ଓଏସ୍‌ଏପି ୭ ବାଟାଲିୟନ ପରିସର ମଧ୍ୟରେ ଥିବା ପଡ଼ିଆରେ ନିମନ୍ତ୍ରୀତ ଅତିଥିମାନଙ୍କ ହସ୍ତରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ଡିଜି ଶରତ ଚନ୍ଦ୍ର ମିଶ୍ର, ଡିସିପି ବିଜୟ ବାହୁ, ଏସିପି ହେମନ୍ତ କୁମାର ଓ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ । ଏହାସହ ଆମନ୍ତ୍ରିତ ଅତିଥି ଯାଜପୁରରୁ ନିମନ୍ତ୍ରିତ ହୋଇଥିବା ସମାଜସେବୀ ସନ୍ତୋଷ କୁମାର ସାହୁ, ଢେଙ୍କାନାଳ ଜିଲ୍ଲାର କିଶୋର ଚନ୍ଦକ ଏବଂ ଭୁବନେଶ୍ଵରର ଚକେଇ ଶିଆଣି ଅଞ୍ଚଳରୁ ବିଶ୍ୱଜିତ୍‌ ପଟ୍ଟନାୟକ ସମେତ ଓଡ୍ରାଫ ଟିମ୍ର ଉପସ୍ଥିତିରେ, ବୃକ୍ଷ ରୋପଣ କାର୍ଯ୍ୟ କରିଥିଲେ । ପରିଶେଷରେ କର୍ମୀମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.