
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ନେସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବ ସିଂ ଉଦ୍ଘାଟନ କରିଥିବା ବେଳେ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ, ନେସନାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ଏବିଓ ଶୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ବିଜ୍ଞାନ ସଂଯୋଜକ ଅଶ୍ଵନି କୁମାର ଭୋଇ ଯୋଗ ଦେଇଥିଲେ । ଏହି ମେଳାରେ ପାଞ୍ଚ ଗୋଟି ବ୍ଲକର ୮ ଗୋଟି ପ୍ରକଳ୍ପ ଲେଖାଏଁ ୪୦ ଗୋଟି ପ୍ରକଳ୍ପ ସ୍ଥାନିତ ହୋଇଅଛି । ୨୦ ଗୋଟି ବିଜ୍ଞାନ ଆଲୋଚନା ଚକ୍ର ସ୍ଥାନିତ ହୋଇଅଛି । ୭ ଗୋଟି ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ୬ ଗୋଟି ପ୍ରକଳ୍ପ ଏବଂ ଗୋଟିଏ ଆଲୋଚନା ଚଳର ପ୍ରକଳ୍ପ ରାଜ୍ୟକୁ ଜିଲ୍ଲାର ପ୍ରତିନିଧିତ୍ୱ କରିବ । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ତୈଳ ଚିତ୍ର ଆଙ୍କି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଚିତ୍ର ଶିଳ୍ପୀ ଧନଞ୍ଜୟ ବିଶି ଶିକ୍ଷକ ବସନ୍ତ ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଉଦ୍ଯାପନୀ ଉତ୍ସବରେ ଏସ୍ପି ପ୍ରତ୍ୟୁଷ ଦିବାକର ଯୋଗ ଦେଇଥିଲେ । ଲୋପାମୁଦ୍ରା ସାମଲ, ଜିଲ୍ଲାଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ଯୋଗଦେଇଥିଲେ ।