om academy

ବିଶ୍ୱ ପରିବେଶ ଦିବସ ପାଳିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ସଦର ବ୍ଲକ ବୀରମୁଣ୍ଡାଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସମ୍ପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ରଙ୍କ ପ୍ରସ୍ତାବକ୍ରମେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିକଟରେ ଘଟିଥିବା ରେଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରାଯାଇ ସଭା ଆରମ୍ଭ ହୋଇଥିଲା । ସଭାରେ ରାମଜୀ ଯୁବକ ସଂଘର ସଭାପତି ଡ. ପ୍ରମୋଦ କୁମାର ମିଶ, ସଦସ୍ୟ ବିରଞ୍ଚି ସାଏ ଓ ରମେଶ ନାଏକ ତଥା ମାଧଆପାଲି ଗ୍ରାମର ସ୍ୱେଚ୍ଛାସେବୀ ଶେଷଦେବ ପଟେଲଙ୍କ ସହ ବୀରମୁଣ୍ଡାର ଅନେକ ଚାଷୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆମନ୍ତ୍ରିøତ ଚାଷୀମାନଙ୍କ ଉଦ୍ଦେଶ୍ୟରେ ପ୍ଲାଷ୍ଟିକ ବର୍ଜନ ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସଂଘର କାର୍ଯ୍ୟକ୍ରମ ସଂଯୋଜକ ଅଶୋକ କୁମାର ମେହେର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆଲୋଚନାରେ ବୀରମୁଣ୍ଡା ଗ୍ରାମର ସ୍ୱେଚ୍ଛାସେବୀ ତ୍ରିନାଥ ରାଉତ, ହୃଷିକେଶ ରାଉତ, ବ୍ରଜନାଥ ରାଉତ, ହରିବୋଳ କୁଅଁର ଆଦି ଅଂଶଗ୍ରହଣ କରିଥିଲେ । ଗ୍ରାମକୁ ସଫା ସୁତୁରା ରଖି ପ୍ଲାଷ୍ଟିକ ବର୍ଜନ କରିବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭାରେ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ରାମଜୀ ଯୁବକ ସଂଘ ଦ୍ୱାରା ପ୍ରସ୍ତୁତ ଏକ ପତ୍ରିକା ବଣ୍ଟନ କରାଯାଇଥିଲା । ଶେଷରେ ଖେଳ ସଂଯୋଜକ ସୁନିଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.