ପାରିବାରିକ କଳହର କୁପରିଣତି : ବାପାର ବୋମାମାଡ଼ରେ ପୁଅ ମୃତ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ପରିବାର ମଧ୍ୟରେ ବାପା-ପୁଅ ମଧ୍ୟରେ ବୋମା ମାଡ଼ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗରରେ ସଠ ରାଉତରାୟଙ୍କ ପରିବାର ବହୁ ବର୍ଷ ଧରି ରହିଆସୁଥିଲେ। ସଠଙ୍କ ଦୁଇ ପୁଅ ମଧ୍ୟରେ ଅନେକ ଦିନ ହେବ ବାଦ ବିବାଦ ଲାଗି ରହିଥିଲା । ବାପା ଓ ସାନ ପୁଅଠାରୁ ବଡ଼ ପୁଅ ଅଲଗା ରହୁଥିଲେ । କିନ୍ତୁ ଆଜି ଏହି କଳହ ଭୀଷଣ ରୂପ ନେଇଥିଲା । ପରିବାର ମଧ୍ୟରେ ବୋମା ମାଡ଼ ଘଟି ସାନ ପୁଅ କାଳିଆ ରାଉତରାୟ (୪୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ସଠ ରାଉତରାୟଙ୍କୁ ପୁଲିସ ଅଟକ ରଖିଛି ବୋଲି ଜଣାପଡିଛି ।

Leave A Reply

Your email address will not be published.