om academy

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର

jsm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କୁଲିହାମୁଣ୍ଡା ଗାଁର ଶେଷ ପୁଞ୍ଜିଙ୍କ ଖପର ଘର ଲଗାଣ ବର୍ଷାରେ ଭୁଶୁଡି ପଡିଛି । ଫଳରେ ପରିବାର ଲୋକେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ରାତି ୨ଟା ସମୟରେ ଶେଷ ପୁଞ୍ଜି, ସ୍ତ୍ରୀ ଯଶୋଦା ପୁଞ୍ଜି, ତାଙ୍କ ଛୋଟ ଛୋଟ ପୁଅ ଝିଅଙ୍କ ସହ ଘରେ ଶୋଇଥିବା ସମୟରେ ହଠାତ୍‌ ତାଙ୍କ ଉପରେ ଛପର ଭୁଶୁଡି ପଡିଥିଲା । ପଡିଶା ଲୋକ ତାଙ୍କୁ ଘର ଭିତରୁ ଉଦ୍ଧାର କରିଥିଲେ । ଭାଗ୍ୟବଶତଃ କେହି ଗୁରୁତର ହୋଇନଥିଲେ ଅଳ୍ପକେ ଏକ ବଡ ବିପଦରୁ ପରିବାର ଲୋକ ବର୍ତ୍ତି ଯାଇଥିଲେ । ଅନ୍ୟପକ୍ଷରେ ଶେଷ ପୁଞ୍ଜି ଜଣେ ଅତି ଗରିବ ଶ୍ରେଣୀ ଦିନ ମଜୁରିଆ । ମୂଲ ଲାଗିଲେ ତାଙ୍କ ଚୁଲି ଜଳେ । ଅତି ଗରିବ ହୋଇଥିବାରୁ ଘର ଖଣ୍ଡିକ ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି । ଘର ଖଣ୍ଡେ ନଥିବା ଯୋଗୁଁ ଆଜି ଏହି ଦୁର୍ଦିନ ଅବସ୍ଥାରେ ପଡି ରହିଛନ୍ତି ପରିବାର । ସେ ନିଜ ମାଟି ଘରେ ପରିବାର ଶହ ଖରା ବର୍ଷାରେ ଜୀବନ ଯାପନ କରନ୍ତି । ପରିବାର ଲୋକେ ଏବେ ଅନ୍ୟ ଘରେ ଆଶ୍ରୟ ନେଇଥିବା ଜଣାପଡିଛି । ବର୍ତ୍ତମାନ ଘର ଛାତ ଭୁଶୁଡି ଯାଇଥିବାରୁ ସେ ଚିନ୍ତାରେ ପଡ଼ିଥିବା ବେଳେ ତୁରନ୍ତ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

Leave A Reply

Your email address will not be published.