ପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ କଲେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ସେକ୍ଟର -୧୯ ସ୍ଥିତ ଶାରଳା ମନ୍ଦିର ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା । ଏହି ପବିତ୍ର ଦିନରେ ସର୍ବ ପ୍ରଥମେ ବୈଦିକ ରୀତି ଅନୁଯାଇ ଅରବିନ୍ଦ ପଣ୍ଡାଙ୍କ ପୌରୋହିତ୍ୟରେ ଏବଂ ଯଜମାନ ସପତ୍ନିକ କେଦାର ନାଥ ହୁଇଙ୍କ ଦ୍ଵାରା ସମସ୍ତଙ୍କ ମଙ୍ଗଲାର୍ଥେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହପ୍ରଭାରୀ ଅକ୍ରୁର ମାର୍ଥା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ବୈଦିକ ରୀତି ଅନୁଯାୟୀ ସମାରୋହକୁ ଶୁଭାରମ୍ଭ କରିଥିଲେ । ଉଲ୍ଲେଖନୀୟ କର୍ତ୍ତବ୍ୟ ଓ ଏହି ଜିଲ୍ଲାକୁ ସର୍ବର୍ଶ୍ରେଷ୍ଠ କରିବାରେ ନିରନ୍ତର ପ୍ରୟାସ ଓ ଅବଦାନ ପାଇଁ ଜିଲ୍ଲା ତରଫରୁ ସହ ରାଜ୍ୟ ପ୍ରଭାରୀ ଶ୍ରୀ ମାର୍ଥାଙ୍କୁ ଜିଲ୍ଲା ବିଏସ୍‌ଟିି ପ୍ରଭାରୀ ନରେନ୍ଦ୍ର ବେହେରା ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ମାର୍ଥା ତାଙ୍କ ବୈଦିକ ଭାଷଣରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ । ସେ ପବିତ୍ର ଗୁରୁ ପୂର୍ଣ୍ଣିମାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ସମାଜ, ଦେଶ ଓ ବିଶ୍ଵର ଉଜ୍ୱଳ ଭବିଷ୍ୟତ ଓ ସମୃଦ୍ଧି ଗୁରୁଙ୍କ ମହତବାଣୀକୁ ଅନୁସରଣ କଲେ ଏହା ସମ୍ଭବ ହେବ ବୋଲି ପ୍ରକଟ କରିଥିଲେ । ଆମ ବୈଦିକ ରୀତି ଓ ସଂସ୍କୃତିକୁ ପାଳନ କରିବା ସହିତ ଏହାକୁ ବିଶ୍ୱରେ ପ୍ରଚାର ପ୍ରସାର କରିବା ଆମର ଗୁରୁ ଦାୟିତ୍ଵ ଅଟେ । ଜିଲ୍ଲା ବିଏସ୍‌ଟି ପ୍ରଭାରୀ ଶ୍ରୀ ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାସ, ଜିଲ୍ଲା ମହିଳା ସୋସିଆଲ୍‌ ମିଡିଆ ପ୍ରଭାରୀ ଆରତୀ କର ଦାସ, ଜିଲ୍ଲା ବିଏସ୍‌ଟି ମହାମନ୍ତ୍ରୀ ଆରତୀ ସାହୁ, ପୁରୋହିତ ଅରବିନ୍ଦ ପଣ୍ଡା, ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ମନୋରମା ରାଉତ ପ୍ରମୁଖ ଏହି ପର୍ବର ଶୃତି ଚାରଣ ସହିତ ନିଜର ବକ୍ତବ୍ୟ ଦେଇଥିଲେ । ପ୍ରାରମ୍ଭରେ ସ୍ଵାଗତ ବନ୍ଦନା ଗାନ କରିଥିଲେ ଏହି କେନ୍ଦ୍ରର ଯୋଗ ଶିକ୍ଷୟିତ୍ରୀ କୁନ୍ତଳା ସା ଓ ଝରଣା ବେହେରା, ସୁନତି ପ୍ରଧାନ ଏବଂ ଗୁରୁ ବନ୍ଦନା ଗାନ କରିଥିଲେ ଜିଲ୍ଲା ମହିଳା କୋଷାଧ୍ୟକ୍ଷା ବିଷ୍ଣୁ ପ୍ରିୟା ଦାସ ଓ ରେଖା ନାୟକ, ସପ୍ତାଦି ଦାସ, ମଞ୍ଜୁଲତା ମୋହିନୀ । ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଜିଲ୍ଲା ମହିଳା ସଙ୍ଗଠନ ମନ୍ତ୍ରୀ ସନ୍ଧ୍ୟା ରାଣୀ ସାହୁ କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ ଜିଲ୍ଲା ସଂବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି । ସାରଳା ମନ୍ଦିର କମିଟି ତରଫରୁ ସହଯୋଗ କରୁଥିବାରୁ ସଭାପତି ରମାନାଥ ସାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ମାର୍ଥା ସମ୍ବର୍ଦ୍ଧିତ କରିଥିଲେ । ଯୋଗ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସାହୁ, କୁନ୍ତଳା ସା ଓ ତାଙ୍କ ଟିମ୍ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମହମନ୍ତ୍ରୀ ରଞ୍ଜିତା ପାଣିଗ୍ରାହୀ, ବରିଷ୍ଠ ଯୋଗ ଶିକ୍ଷକ କଲ୍ପନା ପଣ୍ଡା, କନକଲତା ଜେନା, ତପସ୍ଵିନୀ ସାହୁ, ମମତା ରାଉତ, ଜ୍ୟୋସ୍ନାରାଣୀ ରାଉତଙ୍କ ସମେତ ଶତାଧିକ ଯୋଗ ଶିକ୍ଷକ, ସାଧକ ସାଧିକା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.