oum

ପ୍ରମୋଦ ଭୋଇଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

jsm

ଦେଓଗାଁ, (କେପିଏନ୍‌ଏସ୍‌) : ବାହାଘର ଚାଲିଥିଲା । ସମସ୍ତେ ଖୁସିମଜାରେ ନାଚ ଗୀତ କରୁଥିଲେ । ହେଲେ କିଛି କ୍ଷଣ ପରେ ହଠାତ୍ ଏମିତି ଏକ ଖବର ଆସି ପହଞ୍ଚିଲା, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା । ବାହାଘର ଚାଲିଥିବା ସ୍ଥାନରୁ ଅଳ୍ପ ଦୂରରେ ବରପିଲାଙ୍କ ନିକଟ ସଂପର୍କୀୟଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଲା । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡା ଫାଣ୍ଡି ସ୍ଥିତ ବ୍ରାହ୍ମଣୀଜୋର୍ ଗାଁରେ । ମୃତ ବ୍ୟକ୍ତି ଜଣକ ହେଲେ ପ୍ରମୋଦ ଭୋଇ(୪୫) । ସେ ବଲାଙ୍ଗିର ଇନକମ୍ ଟେକ୍ସ ଅଫିସରେ ପିଅନ୍‌ ଭାବରେ କାର୍ଯ୍ୟରତ ଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଅପରାହ୍ନ ସାଢେ଼ ୩ଟା ସମୟରେ ପ୍ରମୋଦ ବାହାଘର ହଳଦୀ କାର୍ଯ୍ୟକ୍ରମରେ ନାଚ ଗୀତ କରୁଥିଲେ । ଏହି ସମୟରେ ତାଙ୍କର ବଡ଼ଭାଇ ଧର୍ମ ଭୋଇ ତାଙ୍କୁ ଡାକି ନେଇଥିଲେ । ଏହାର ଅଧଘଣ୍ଟା ପରେ ତାଙ୍କର ଚାଷଜମି ସ୍ଥିତ ଗୁହାଳ ଘରେ ତାଙ୍କର ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଗତ ଏକ ବର୍ଷ ହେବ ଦୁଇ ଭାଇ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିବାରୁ ଏଥିଯୋଗୁଁ ପ୍ରମୋଦଙ୍କୁ ହତ୍ୟା କରାଯାଇଛି ବୋଲି ଗାଁରେ ଆଲୋଚନା ହେଉଛି । ଅପରପକ୍ଷେ ପୁଲିସ ଧର୍ମକୁ ଅଟକ ରଖିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.