ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥ ଏହାର ନେଟୱାର୍କର ପ୍ରମୁଖ ଅଂଶଗୁଡ଼ିକରେ 2 X 25 KV ଓଭରହେଡ୍ ବିଦ୍ୟୁତୀକରଣ ସିଷ୍ଟମ ପ୍ରଚଳନ ସହିତ ଏହାର ଉନ୍ନତ ବିଦ୍ୟୁତୀକରଣ ଭିତ୍ତିଭୂମିର ବିସ୍ତାର ଆରମ୍ଭ କରିଛି । ଏହି ରଣନୈତିକ ଅପଗ୍ରେଡ୍ ଭୋଲ୍ଟେଜ୍ ନିୟନ୍ତ୍ରଣକୁ ଉନ୍ନତ କରିବା, ସେମି-ହାଇ-ସ୍ପିଡ୍ ଟ୍ରେନଗୁଡ଼ିକ ପାଇଁ ସୁଗମ କାର୍ଯ୍ୟ ସୁନିଶ୍ଚିତ କରିବା, ଅତ୍ୟଧିକ ଲୋଡ୍ ହୋଇଥିବା ମାଲ ପରିବହନ ଟ୍ରେନଗୁଡ଼ିକର ଗତିକୁ ସହଜ କରିବା ଏବଂ ସିଷ୍ଟମରେ ସ୍ଥିର ଭୋଲ୍ଟେଜ୍ ସ୍ତର ବଜାୟ ରଖିବା ଲକ୍ଷ୍ୟ ରଖିଛି ।
୩,୦୦୦ ନିୟୁତ ଟନ୍ ମାଲ ପରିବହନ କ୍ଷମତା ହାସଲ କରିବା ଏବଂ ବନ୍ଦେ ଭାରତ ଏକ୍ସପ୍ରେସ ଭଳି ହାଇ-ସ୍ପିଡ୍ ଟ୍ରେନ ପ୍ରଚଳନକୁ ପ୍ରୋତ୍ସାହନ କରିବା ପାଇଁ ରେଳ ବୋର୍ଡର ଦୃଷ୍ଟିକୋଣ ସହିତ, ବିଦ୍ୟମାନ 1 X 25 KV OHE ସିଷ୍ଟମକୁ ଅଧିକ ଦକ୍ଷ 2 X 25 KV କଠ ସିଷ୍ଟମରେ ଅପଗ୍ରେଡ୍ କରାଯାଉଛି ।
ଏହି ଉନ୍ନତ ସିଷ୍ଟମ ଅଧୀନରେ, ଲାଇନ ସହିତ ୫୦ KVରେ ବିଦ୍ୟୁତ୍ ପରିବହନ କରାଯାଏ ଏବଂଟ୍ରେନ୍କୁ ଯୋଗାଣ ପାଇଁ ଏହାକୁ ୨୫ କିଲୋଭୋଲ୍ଟ (KV) କୁ ହ୍ରାସ କରାଯାଏ । ଏହି ସିଷ୍ଟମଟି ୫୦ KVଟ୍ରାନ୍ସଫର୍ମର ଏବଂ ମଧ୍ୟବର୍ତ୍ତୀ ଅଟୋଟ୍ରାନ୍ସଫର୍ମର ସହିତ ସଜ୍ଜିତ ଟ୍ରାକ୍ସନ୍ ସବ-ଷ୍ଟେସନ୍ (TSS) ମାଧ୍ୟମରେ କାର୍ୟ୍ୟ କରେ, ଯାହା ସନ୍ତୁଳିତ ଭୋଲଟେଜ୍ ଏବଂ ଦକ୍ଷ ଶକ୍ତି ବଣ୍ଟନ ସୁନିଶ୍ଚିତ କରେ । ଏହା ଫଳରେ ଉଚ୍ଚତର ଭୋଲଟେଜ୍ ନିୟନ୍ତ୍ରଣ ଏବଂ ଅଧିକ ଟ୍ରାକ୍ସନ୍ ଲୋଡ୍ ପରିଚାଳନା କରିବା ପାଇଁ କ୍ଷମତା ବୃଦ୍ଧି ହୁଏ – ଯାହା ଦୀର୍ଘ ଦୂରତାରେ ଉଚ୍ଚ-ଗତି ବିଶିଷ୍ଟ ଯାତ୍ରୀ ଏବଂ ଭାରୀ ମାଲବାହୀ ଟ୍ରେନଗୁଡ଼ିକର ନିର୍ବିଘ୍ନ ଗତିକୁ ସକ୍ଷମ କରିଥାଏ ।
ପୂର୍ବ ତଟ ରେଳପଥ ପୂର୍ବରୁ ଭଦ୍ରକ-ଖୋର୍ଦ୍ଧା ରୋଡ୍, ପଲାସା-ବିଜୟନଗରମ, କଟକ-ପାରାଦୀପ, କଟକ-ତାଳଚେର-ଅନୁଗୁଳ ଏବଂ ବିଜୟନଗରମ୍-ରାୟଗଡା ସମେତ ଅନେକ ସେକ୍ସନରେ 1 X 25 KV ରୁ 2 X 25 KV OHEକୁ ଉନ୍ନତିକରଣ ଆରମ୍ଭ କରିସାରିଛି । ଏହି ପ୍ରକଳ୍ପଗୁଡ଼ିକ ୨୦୨୭-୨୮ ସୁଦ୍ଧା ପର୍ଯ୍ୟାୟକ୍ରମେ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ପଦକ୍ଷେପକୁ ଜାରି ରଖି, ପୂର୍ବ ତଟ ରେଳପଥ ଏହି ଗୁରୁତ୍ୱପୂର୍ଣ୍ଣ ରୁଟରେ ଟ୍ରାକ୍ସନ୍ କ୍ଷମତା ଏବଂ କାର୍ଯ୍ୟକ୍ଷମତା ବୃଦ୍ଧି କରିବା ପାଇଁ ₹୪୬୮.୩୮ କୋଟି ମୂଲ୍ୟରେ ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଖୋର୍ଦ୍ଧା ରୋଡ୍-ପଲାସା ଡବଲ୍ ଲାଇନ୍ ସେକ୍ସନ୍ (୨୨୨ ରୁଟ୍ କିଲୋମିଟରକୁ ଆବୃତ କରି) ର ଉନ୍ନତିକରଣ କରିବ ।
ଏହି ସେକ୍ସନ୍ ଭାରତୀୟ ରେଳବାଇର ସ୍ୱର୍ଣ୍ଣ ଚତୁର୍ଭୁଜ ରୁଟର କୋଲକାତା-ଚେନ୍ନାଇ କରିଡରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଗଠନ କରେ, ଯାହାକି ହାଇ-ସ୍ପିଡ୍ କୋଚିଂ ଟ୍ରେନ ଏବଂ ଭାରୀ ମାଲ ପରିବହନ ଉଭୟକୁ ପରିଚାଳନା କରେ । ଏହା ଗୋପାଳପୁର ପୋର୍ଟସ୍ ଲିମିଟେଡ୍ ଏବଂ ଇଣ୍ଡିଆନ୍ ରେଆର ଆର୍ଥସ୍ ଲିମିଟେଡ୍ ଭଳି ପ୍ରମୁଖ ଶିଳ୍ପ ସାଇଡିଂକୁ ମଧ୍ୟ ସଂଯୋଗ କରେ ।
ଏହି ସେକ୍ସନ୍ରେ 2 x 25 KV ଟ୍ରାକ୍ସନ୍ ସିଷ୍ଟମ୍ କାର୍ଯ୍ୟକାରୀ କରାଯାଇବା ଫଳରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ପାଇବ, ଦ୍ରୁତ ଏବଂ ଭାରୀ ଟ୍ରେନ ଚଳାଚଳକୁ ପ୍ରୋତ୍ସାହନ ମିଳିବ, ସେପରି ଶକ୍ତି-ଦକ୍ଷ ଓ ସ୍ୱଚ୍ଛ ଟ୍ରେନ ପରିଚାଳନାକୁ ପ୍ରୋତ୍ସାହିତ କରି ପରିବେଶଗତ ସ୍ଥିରତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ।