om academy

ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ ତରଳ ମେଡିକାଲ୍ ଅମ୍ଳଜାନ ପରିବହନ

jsm

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ରୋଡ ରେଳମଣ୍ଡଳ ୨୦ଟି ଟ୍ୟାଙ୍କରରେ ୩୫୩ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ (ଏଲଏମଓ) ଟାଟା ଷ୍ଟିଲ, ଜଖପୁରାରୁ ୧୨ ଟି ଟ୍ୟାଙ୍କର, ଏବଂ ଜିନ୍ଦଲ ଷ୍ଟିଲ, ଅନୁଗୁଳରୁ ୮ଟି ଟ୍ୟାଙ୍କର୍ ପରିବହନ କରିଛି । ଡିଭିଜନର ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ ଅମ୍ଳଜାନ ଏକ୍ସପ୍ରେସର ଗତିବିଧି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିଲା । ଏଲଏମଓର ୩୫୩ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ସହିତ ଆଉ ଚାରିଟି ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରୁ ଦିଲ୍ଲୀ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା ଆରମ୍ଭ କରି ସମ୍ପୃକ୍ତ ରାଜ୍ୟର କୋଭିଡ ରୋଗୀଙ୍କ ଚିକିତ୍ସାରେ ଅମ୍ଳଜାନର ଆବଶ୍ୟକତା ପୂରଣ କରିପାରିଛି । ବିଭିନ୍ନ ରାଜ୍ୟରୁ ଦାବୀ ପାଇବା ମାତ୍ରେ ୧୨ଟି ଟ୍ୟାଙ୍କରରେ ମୋଟ ୨୩୯ ଟନ୍ ଏଲଏମଓ ଟାଟାଷ୍ଟିଲ୍ ସାଇଡିଂ, କଳିଙ୍ଗ ନଗର, ଜଖପୁରା ଠାରୁ ଦିଲ୍ଲୀ ଏବଂ କର୍ଣ୍ଣାଟକର ବାଙ୍ଗାଲୋରକୁ ପରିବହନ କରାଯାଇଛି । ସେହିଭଳି ୮ଟି ଟ୍ୟାଙ୍କରେ ସମୁଦାୟ ୧୧୪ ଟନ୍ ଏଲଏମଓ ଜିନ୍ଦଲଷ୍ଟିଲ, ଅନୁଗୁଳରୁ ମହାରାଷ୍ଟ୍ରର ବୁଟିବୋରୀକୁ ପରିବହନ କରାଯାଇଛି । ରେଲୱେ ସାଇଡିଂରେ ଯୁଦ୍ଧ କାଳୀନ ଭିତରେ ଏଲଏମଓ ଲୋଡ୍ କରିବା ବ୍ୟତୀତ, ଡିଭିଜନ୍ ସବୁଜ କରିଡର ଯୋଗାଇ ଖୋର୍ଦ୍ଧା ରୋଡମଣ୍ଡଳ ଦେଇ ଯାଉଥିବା ଅମ୍ଳଜାନ ଏକ୍ସପ୍ରେସ ଟ୍ରେନର ନିର୍ବିଘ୍ନ ଭାବେ ଚଳାଚଳ ସୁନିଶ୍ଚିତ କରୁଛି । ଖୋର୍ଦ୍ଧା ରୋଡ଼ମଣ୍ଡଳର ରେଳ ପ୍ରବନ୍ଧକ ଶଶି କାନ୍ତ ସିଂହ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ କୋଭିଡର ଦ୍ୱିତୀୟ ଲହର ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଅମ୍ଳଜାନ ଏକ୍ସପ୍ରେସର ଗତିବିଧି ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.