କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ

  • ଏନଏଚ୍-୫୫ର ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ରାସ୍ତାର ଉନ୍ନତିକରଣ ଏବଂ ଷ୍ଟ୍ରିଟ୍ ଲାଇଟ୍
    ବ୍ୟବସ୍ଥାକୁ ମଞ୍ଜୁରୀ : ଧର୍ମେନ୍ଦ୍ର ପ୍ରଧାନ
  • ଗତ ନଭେମ୍ବର ୬ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖି
    ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଏହି କାର୍ଯ୍ୟ ଦ୍ୱାରା ସମ୍ବଲପୁର ସମେତ ପାଖାପାଖି ଜିଲ୍ଲାରେ ସଡ଼କ ଭିତ୍ତିଭୂମି ଅଧିକ ମଜଭୂତ୍ ହେବ
  • ଗମନାଗମନ ସୁବିଧା ତ୍ୱରାନ୍ୱିତ ହେବ ଓ ବ୍ୟବସାୟ ବଢିବା ସହ ସ୍ଥାନୀୟ ଅର୍ଥନୀତି ମଜଭୂତ୍ ହେବ
  • ସମ୍ବଲପୁର ସମେତ ପାଖାପାଖି ଅଞ୍ଚଳର ଜନସାଧାରଣମାନେ ବିଶେଷ ଉପକୃତ ହେବେ
  • ଜନସାଧାରଣଙ୍କ ଯାତାୟତ ସୁବିଧାକୁ ପ୍ରାଥମିକତା ଦେବା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି
  • ପ୍ରଧାନମନ୍ତ୍ରୀ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥମନ୍ତ୍ରୀ ନୀତିନ ଗଡକରୀ ଅନୁଗୋଳ-ସମ୍ବଲପୁର ଏନଏଚ୍-୫୫ ଅନ୍ତର୍ଗତ ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ମଧ୍ୟରେ ନିର୍ମାଣଧୀନ ରାସ୍ତାର ଏକକାଳୀନ ଉନ୍ନତିକରଣ ଏବଂ ଷ୍ଟ୍ରିଟ୍ ଲାଇଟର ବ୍ୟବସ୍ଥା କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ନଭେମ୍ବର ୬ ତାରିଖରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ଅବଗତ କରାଇବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ଯେ ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ବାଇପାସ ରୋଡର ନିର୍ମାଣ କାମ ଜାରି ରହିଛି । ଲୋକଙ୍କ ଯାତାୟତ ସୁବିଧା ଓ କଲ୍ୟାଣ ପାଇଁ ଏହି ରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣର ଆବଶ୍ୟକତା ଥିବା କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ । ତେବେ ଏହି ଦୁଇ ରାସ୍ତା କାମର ଏକକାଳୀନ ଉନ୍ନତିକରଣ ଓ ବିଦ୍ୟୁତକରଣ କାମ ପାଇଁ ଅନୁମୋଦନ ମିଳିବା ଦ୍ୱାରା ସମ୍ବଲପୁର ସମେତ ପାଖାପାଖି ଜିଲ୍ଲାରେ ସଡ଼କ ଭିତ୍ତିଭୂମି ଅଧିକ ମଜଭୂତ୍ ହେବା ସହ ଗମନାଗମନ ସୁବିଧା ତ୍ୱରାନ୍ୱିତ ହେବ ଏବଂ ବ୍ୟବସାୟ ବଢିବା ସହ ସ୍ଥାନୀୟ ଅର୍ଥନୀତି ମଜଭୂତ୍ ହେବ । ସମ୍ବଲପୁର ସମେତ ପାଖାପାଖି ଅଞ୍ଚଳର ଜନସାଧାରଣମାନେ ବିଶେଷ ଉପକୃତ ହେବେ । ଜନସାଧାରଣଙ୍କ ଯାତାୟତ ସୁବିଧାକୁ ପ୍ରାଥମିକତା ଦେବା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି । ରାଜପଥର ବିକାଶକୁ ଗତି ଦେବା ପାଇଁ ମୋଦି ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ । ଅନୁରୋଧକୁ ରକ୍ଷା କରି ଏହି କାମକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.