1234

କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଦୀଲିପ ପ୍ରଧାନୀ

ନବରଙ୍ଗପୁର : କଂଗ୍ରେସର ବିଧାୟକ ପ୍ରାର୍ଥୀ ଦୀଲିପ ପ୍ରଧାନୀ ହାତ ଛାଡି ଶଙ୍ଖ ଧରିଛନ୍ତି । ଶଙ୍ଖ ଭବନ ଠାରେ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ମୁନ୍ନାଖା, ରମେଶ ମାଝୀ, ସଦାଶିବ ପ୍ରଧାନୀଙ୍କ ଉପସ୍ଥିତିରେ ଦୀଲିପ ପ୍ରଧାନୀ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ଖୁଡ଼ି କୈଶଲ୍ୟା ପ୍ରଧାନୀଙ୍କ ବିଜେଡ଼ିର ପ୍ରାର୍ଥୀ ହୋଇଥିବା ବେଳେ ଦୀଲିପ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଶେଷକୁ ବିଜେପିର ଗୌରୀଶଙ୍କର ମାଝୀ ବାଜିମାତ କରିଥିଲେ । ତେବେ ଅଦିନିଆ ବର୍ଷା ଭଳି ରାଜନୈତିକ ସମୀକରଣ ବଦଳିବାକୁ ନେଇ ଜିଲ୍ଲା ରାଜନୀତି ହଲଚଲ ହୋଇଛି । କେଉଁ ରାଜନୈତିକ ଉଦ୍ଦେଶ୍ୟ ରଖି କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.