ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ କରି ନିଲମ୍ବିତ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ କରି ନିଲମ୍ବିତ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମାଜରେ ଗୁରଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଥିବା ବେଳେ ଏଭଳି ପବିତ୍ର ସମ୍ପର୍କକୁ ଜଳାଞ୍ଜଳି ଦେଇ ବର୍ତ୍ତମାନର କିଛି ଶିକ୍ଷକ କଳଙ୍କିତ କରୁଥିବା ଦେଖିବାକୁ ମିଳୁଛି । ଏମିତିକି ଜଣେ ଶିକ୍ଷକ ଜଣେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ନିଲମ୍ବିତ ହୋଇଥିବା ଘଟଣା ଖପ୍ରାଖୋଲ ବ୍ଲକରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏଭଳି ଘଟଣା ଘଟିଛି ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସୀମା ପାର କରିଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଯୁଗଲେଶ୍ୱର ବାଗ । ପିଲାଙ୍କୁ ପାଠ ପଢାଇବା ବଦଳରେ ନିଜେ ପଢିଲେ ପ୍ରେମ ପାଠ । ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ କରି ଫସିଗଲେ । ଶିକ୍ଷୟିତ୍ରୀଙ୍କ ମନା କରିବା ସତ୍ତ୍ୱେ ବାରମ୍ବାର ମୋବଇଲରେ ମେସେଜ କରି ଗତ ଫେବୃଆରୀ ମାସରୁ ଶିକ୍ଷୟିତ୍ରୀଙ୍କୁ ହଇରାଣ କରୁଥିଲେ ବୋଲି ଶିକ୍ଷୟିତ୍ରୀ । ଏନେଇ ଶିକ୍ଷୟିତ୍ରୀ ଜଣକ ପ୍ରଥମେ ସ୍କୁଲର ପୁରାତନ ପ୍ରଧାନ ଶିକ୍ଷକ ଚୂଡ଼ାମଣି ଧରୁଆଙ୍କୁ ବ୍ୟକ୍ତିଗତ ଭାବେ ଜଣେଇଥିଲେ । ଘଟଣା ବିଷୟରେ ଶୁଣି ଶ୍ରୀ ଧରୁଆ ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ ସେ ମୋର ଭଣଜା ଲାଗିବ ମୁଁ ତାକୁ ବୁଝାଇବି । ପରେ ଯୁଗଲେଶ୍ୱର ବାଗ ଶିକ୍ଷୟିତ୍ରୀଙ୍କ ଉପରେ ରାଗିବା ତାଙ୍କୁ ବାରମ୍ବାର ଟର୍ଚର କରୁଥିବା ଶୁଣିବାକୁ ମିଳିଥିଲା । ଏନେଇ ଶିକ୍ଷୟିତ୍ରୀ ଜଣକ ବ୍ଲକ ଶିକ୍ଷା ବିଭାଗ ଏବଂ ଜିଲ୍ଲା ଶିକ୍ଷା ବିଭାଗକୁ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଏକ ତଦନ୍ତକାରୀ ଦଳ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ଯୁଗଲେଶ୍ୱର ବାଗଙ୍କୁ ଦୋଷୀ ପାଇ ତାଙ୍କୁ ନିଲମ୍ବିତ କରିବା ସହ ବାଘମୁଣ୍ଡ ପଞ୍ଚାୟତ ଲୁହୁରେଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥିତ ରହି ଛୁଆଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ମିଳିଥିବା ଜଣାପଡିଛି । ତେବେ ଶିକ୍ଷକ ଯୁଗଲେଶ୍ୱର ବାଗଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

jittmm
Leave A Reply

Your email address will not be published.