ମହାକୁମ୍ଭ ୨୦୨୫ : ପ୍ରୟାଗରାଜଠାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀ

  • ଭାରତର ନୂଆ ଅପରାଧିକ ଆଇନ ଉପରେ ନାଗରିକଙ୍କ ମତ

ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜର ମହାକୁମ୍ଭ ଅବସରରେ ତ୍ରିବେଣୀ ମାର୍ଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆକର୍ଷଣୀୟ ଡିଜିଟାଲ ପ୍ରଦର୍ଶନୀରେ ଭାରତର ନୂତନ ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ୨୦୨୩, ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ସଂପର୍କିତ ସବିଶେଷ ଓ ସରଳ ବିବରଣୀ ଲୋକମାନଙ୍କୁ ପ୍ରଦାନ କରାଯାଉଛି । ଏହାବ୍ୟତୀତ ଏହି ପ୍ରଦର୍ଶନୀରେ ବିଭିନ୍ନ କଲ୍ୟାଣକାରୀ ଯୋଜନା, ନୂତନ ନୀତି, ଆଇନ ଏବଂ ଭାରତୀୟ ସମ୍ବିଧାନ ବିଷୟରେ ଆନାମୋର୍ଫିକ୍ କାନ୍ଥ, ଏଲ୍‌ଇଡି ଟିଭି ସ୍କ୍ରିନ, ଏଲ୍‌ଇଡି କାନ୍ଥ ଏବଂ ହୋଲୋଗ୍ରାଫିକ ସିଲିଣ୍ଡର ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଛି । ଅଡିଓ-ଭିଜୁଆଲ୍ ମିଡିଆ ଜରିଆରେ ଏହା ସ୍ପଷ୍ଟ କରୁଛି ଯେ ନୂତନ ଆଇନ ନ୍ୟାୟ ଏବଂ ନିରପେକ୍ଷତା ଉପରେ ଆଧାରିତ ଏବଂ ନ୍ୟାୟ ଏବଂ ନାଗରିକ ନିରାପତ୍ତାକୁ ପ୍ରାଥମିକତା ଦେବା ପାଇଁ ବୈଷୟିକ ଜ୍ଞାନକୌଶଳକୁ ଆଇନର ଢାଞ୍ଚାରେ ସମନ୍ୱିତ କରୁଛି । ଭାରତର ନ୍ୟାୟ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ଆଧୁନିକ ସମାଜର ଆବଶ୍ୟକତା ଅନୁଯାୟୀ କରିବା ପାଇଁ ଏହି ନୂତନ ଆଇନଗୁଡ଼ିକ ପ୍ରସ୍ତୁତ କରାଯାଇଛି । ଏହି ତିନୋଟି ନୂତନ ଆଇନ ଭାରତର ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନର ପ୍ରତିନିଧିତ୍ୱ କରୁଛି, ସାଇବର ଅପରାଧ ଏବଂ ସଂଗଠିତ ଅପରାଧ ପରି ସମସାମୟିକ ଆହ୍ୱାନର ମୁକାବିଲା କରିବା ସହିତ ପୀଡ଼ିତାଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଏକ ନୂତନ ଢାଞ୍ଚା ପ୍ରଦାନ କରୁଛି ।

Leave A Reply

Your email address will not be published.