oom

ସଂଖୋଳିଆ ମିଲର ପର୍ଦାଫାସ : ମିଲ୍‌ ଓଜନ କଣ୍ଟାରେ ଧକ୍କା ଖାଉଛନ୍ତି ଚାଷୀ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାର ଭାତ ହାଣ୍ଡି ତଥା ଚାଷୀ ବହୁଳ ଅଞ୍ଚଳ ଭାବେ ବେଶ ପରିଚିତ ବରଗଡ଼ ଜିଲ୍ଲା । ଅତାବିରା ବ୍ଲକ ସରଣ୍ଡା ଛକ(ଏନ୍‌ଏଚ୍‌୬) ପେଟ୍ରୋଲ ଟାଙ୍କି ନିକଟସ୍ଥ ସଂଖୋଳିଆ ମିଲ୍‌ରେ ଜଣେ ଚାଷୀ ୧୧ ପକେଟ୍‌ ଧାନ ବିକ୍ରି କରି ଯାଇଥିବା ବେଳେ ୧୧ ପକେଟ ଧାନ ଓ ଏକ ଡାଲା ଟେମ୍ପୁ ଓଜନ ଆସିଥିଲା ୮୫୫ କେଜି । ଟେମ୍ପୁରୁ ଧାନ କାଢି ସରିଲା ପରେ ଓଜନ ୬୪୦ ଆସିଥିଲା । ୧୧ ପକେଟ୍‌ ଧାନକୁ ୨୧୫ କେଜି ଆସିଥିଲା । ଚାଷୀ ୧୧ ପକେଟ୍‌ ଧାନକୁ ୨୧୫ କେଜି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ଧାନ କିଣା ବାଲା କହିଲେ ତୁମ ଧାନ ଶୁଖି ଯାଇଛି । ଚାଷୀର ଧାନକୁ ଡିସକଲର କହି ୩ ପକେଟରୁ ୮ କେଜି କାଟି ଏବଂ ଅନ୍ୟ ୮ ବସ୍ତାରୁ ୩ କେଜି ଲେଖାଏଁ କାଟି ସ୍ଲିପ୍‌ ଦେଇଥିଲେ । ଧାନ ବିକ୍ରି କରି ସାରି ଘରକୁ ଗଲା ପରେ ଚାଷୀ ଘର ଲୋକେ ଏତେ କମ୍‌ କେମିତି ହେଲା, କଥା ଜୋର ଧରିଲା ତା’ପରେ ତିନି ଜଣ ଲୋକ ସହ ମିଶି ଗଲା ପରେ ଧାନ କିଣା ବାଲାଠାରୁ ଦେଇଥିବା ସ୍ଲିପ୍‌କୁ ଫେରାଇ ତାଙ୍କ ପାଖରୁ ଧାନ ଆଣି ଅନ୍ୟ ମିଲ୍‌ରେ ୮ବସ୍ତା ସହ ଟେମ୍ପୁ ଓଜନ ୯୫୦ କେଜି ଆସିଥିଲା । ଏଥିରୁ ଜଣା ପଡିଲା ଯେ, ସଂଖୋଳିଆ ମିଲ୍‌ ଚାଷୀ ମାନଙ୍କୁ ଓଜନରେ କେମିତି ଠକି ଟଙ୍କା ଆଦାୟ କରି କରୁଛି । ଠକ ଓଜନ ସବୁ ସୋସିଆଲ ମିଡିଆ ହାତରେ ଲାଗିଛି । ଆଜି ପର୍ଯ୍ୟନ୍ତ କେତେ ଚାଷୀ ଓଜନରେ ଠକର ଶିକାର ହେଇଛନ୍ତି ତାହା କଳ୍ପନା କରି ହେବ ନାହିଁ ।

jittmm
Leave A Reply

Your email address will not be published.