ଜାମପଡା ଗ୍ରାମର ସନ୍ତୋଷ ରଣା ହତ୍ୟାକାଣ୍ଡର ପର୍ଦାଫାଶ କଲା ପୋଲିସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତଥା ସିନ୍ଧେକେଲା ଥାନା ଜାମଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ଜାମପଡ଼ା ଗ୍ରାମର ସନ୍ତୋଷ ରଣା ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ । ଜାମପଡ଼ା ଗାଁ ନିକଟସ୍ଥ ମଞ୍ଜୁରମୁଡା ଡ଼ଙ୍ଗର ନିକଟରେ ଏକ ମୃତଦେହ ଠାବ ହୋଇଥିଲା । ମୃତକ ଜାମପଡ଼ା ଗ୍ରାମର ସନ୍ତୋଷ ରଣାଙ୍କ ମୃତଦେହ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ । ସନ୍ତୋଷ ରଣାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସନ୍ତୋଷଙ୍କ ଜୀବନ ଯାଇଥିବା ପୋଲିସ ସୂଚନା ଦେଇଛି । ବାରହା ଶିକାର ପାଇଁ ୩ ଜଣ ତାର ବିଛାଇଥିଲେ । ରାତିରେ ସନ୍ତୋଷ ରଣା ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ତାର ବିଛାଇଥିବା ୨ ଜଣ ଅଭିଯୁକ୍ତ ଜାମପଡ଼ା ଗ୍ରାମର ଖଗପତି ରଣା, ଝିଙ୍କିପଡ଼ା ଗ୍ରାମର ମୁରଲୀ ଖର୍ସେଲକୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି । ଏଥିରେ ସିନ୍ଧେକେଲା ଥାନା ଆଇଆଇସି ପିତାମ୍ବର ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.