ସାଧାରଣ ଧର୍ମଘଟ ପାଇଁ ପ୍ରଚାର

ବାରିପଦା, (ଦେବସ୍ମିତ ଚୌଧୁରୀ) : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ଶ୍ରମିକ, କୃଷକ, କର୍ମଚାରୀ ଓ ସାଧାରଣ ମଣିଷ ବଞ୍ଚିବାର ୧୭ ଦଫା ଦାବି ନେଇ ଆସନ୍ତା କାଲି ସାଧାରଣ ଧର୍ମଘଟ, ଭାରତ ବନ୍ଦକୁ ସଫଳ କରିବା ପାଇଁ ଆଜି ବାରିପଦା ସହରର ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏ ଧର୍ମଘଟକୁ ରାଜ୍ୟରେ କଂଗ୍ରେସ ସମର୍ଥନ ଦେଇଥିବାରୁ ଆଜିର ପ୍ରଚାରରେ ପୂର୍ବତନ ଟାଉନ କଂଗ୍ରେସ ସଭାପତି ଶାନ୍ତନୁ ପାଲ ଯୋଗଦେଇ ସଫଳ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏଥିରେ ଏଆଇଟିୟୁସି ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ମହେଶ୍ୱର ବେହେରା ପ୍ରମୁଖ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.