ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ଗୁରୁବାର ଦିନ ହୋଲିକା ଦହନ ପର୍ବ ସମାପନ ହୋଇଯାଇଛି । ଏହି ହୋଳିକା ଦହନ ପର୍ବରେ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ବୋଲି ଲୋକଙ୍କ ମନରେ ଧାରଣା ରହିଆସିଛି । ଲୋକେ ନକରାତ୍ମକ ଶକ୍ତିରୁ ଦୂରେଇ ରହିବା, ମନ୍ଦ ଆଖିରୁ ରକ୍ଷା କରିବା ଏବଂ ସେମାନଙ୍କ ଜୀବନରେ ଥିବା ବାଧାବିଘ୍ନକୁ ଦୂର କରିବା, ସକାରାତ୍ମକତାକୁ ଆମନ୍ତ୍ରଣ କରିବା ପାଇଁ ହୋଳୀକା ଦହନ କରି ପ୍ରାର୍ଥନା କରିବା ଭଳି ରୀତିନୀତିରେ ପାଳନ ହୋଇଯାଇଛି । ଗୁରୁବାର ରାତିରେ ଜରାସିଂହାରେ ହୋଲିକା ଦହନ ହେବା ପରେ ଶୁକ୍ରବାର ଦିନ ଘରେ ଘରେ ରଙ୍ଗ (ଫଗୁ) ପୂଜାରେ ଚଢାଇବା ପରେ ଶନିବାର ଦିନ ରଙ୍ଗ ଖେଳ ହେବ । ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଶୁକ୍ରବାର ରାତିରେ ହୋଲିକା ଦହନ ପରେ ଶନିବାର ଦିନ ରଙ୍ଗ (ଫଗୁ) ପୂଜାରେ ଚଢ଼ାଇବା ପରେ ରଙ୍ଗ ଖେଳା ଯିବ । ଏଥିପାଇଁ ଘରେ ଘରେ ପୂଜା ପାର୍ବଣର ଏବଂ ଗାଁ ଗାଁରେ ଯୁବପିଢୀଙ୍କ ଦ୍ଵାରା ଉତ୍ସବର ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି ।