oom

ଆରମ୍ଭ ହେଲା ଅଲିଭ ରିଡଲେଙ୍କ ସାମୂହିକ ଅଣ୍ଡାଦାନ ପର୍ବ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ସ୍ଥାନ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ ରିଡଲେଙ୍କ ସାମୂହିକ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଯାଇଛି । ଦକ୍ଷିଣା ପବନର ପ୍ରଭାବ ଓ଼ ଚନ୍ଦ୍ରଆଲୋକର ବିଛୁରିତ ଜ୍ୟୋସ୍ନା ପ୍ରଭାବରେ ରବିବାର ବଢ଼ି ଭୋର ସମୟରୁ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକ କଇଁଚ ସମୁଦ୍ରର ନୀଳ ଜଲରାଶୀ ମଧ୍ୟରୁ ବେଳାଭୂମି ଉପରକୁ ଉଠିଆସି ଗଞ୍ଜାମ ବ୍ଲକର ନୂଆଁ ପୋଡ଼ମପେଟା ଠାରୁ ପୁରୁଣା ପୋଡ଼ମପେଟା ମଧ୍ୟରେ ଗଣ ଅଣ୍ଡାଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୧,୩୯୦ଟି ମାଁ କଇଁଚ ଗଣ ଅଣ୍ଡାଦନ କରିଥିବା ବନ ବିଭାଗ ଗଣ ମାଧ୍ୟମକୁ ସୂଚନା ଦେଇଛି । ବିଶେଷ କରି ଏହି ବିରଳ ପ୍ରଜାତିର କଇଁଚମାନେ ବେଳାଭୂମି ଉପରେ ସେମାନଙ୍କ ପଛ ପାଖରେ ରହିଥିବା ଦୁଇଟି ଗୋଡ଼ ସାହାଯ୍ୟରେ ଗର୍ତ୍ତ କରିବା ପରେ ଅଣ୍ଡାଦାନ କରିବା ପରେ ପୁଣି ସେହି ସ୍ଥାନକୁ ସେହି ପଛ ପାଖରେ ରହିଥିବା ଗୋଡ଼ ସାହାଯ୍ୟରେ ଘୋଡାଇ ଦେଇ ନିଜ ଶରୀର ସାହାଯ୍ୟରେ ସେହି ସ୍ଥାନକୁ ବାଡେଇ ଶକ୍ତ କରିଦେବା ପରେ ପୁଣି ସମୁଦ୍ର ମଧ୍ୟକୁ ଗୁରୁଣ୍ଡି ଗୁରୁଣ୍ଡି ଚାଲିଯାଇଥାନ୍ତି । ଗତ ବର୍ଷ ଗଣ ଅଣ୍ଡାଦାନ ହୋଇ ନଥିବା ବେଳେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ଗଣ ଅଣ୍ଡାଦାନ ହୋଇଥିବାରୁ ପର୍ଯ୍ୟଟକ, ବନ ବିଭାଗ, ପରିବେଶ ବିତ ଓ଼ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ଅନ୍ୟପଟେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବନ ବିଭାଗ ପକ୍ଷରୁ କଡାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.