କୁଡ଼ାସିଂହା ଭାଗବତ ସପ୍ତାହ ପାରାୟଣ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁରେ ଦୀର୍ଘ ୭ଦିନ ବ୍ୟାପୀ ଚାଲିଥିବା ଭାଗବତ ପାରାୟଣ ଉଦ୍‌ଯାପିତ ହୋଇଯାଇଛି । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ପାରାୟଣ କାର୍ଯ୍ୟକ୍ରମରେ ଜୟ ସାହୁ ଓ ଶାନ୍ତି ସାହୁ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ପାରାୟଣର ପଞ୍ଚମ ଦିବସରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦେବ ଦମ୍ପତି ରୁକ୍ମିଣୀ ଏବଂ କୃଷ୍ଣଙ୍କ ବିବାହ କାର୍ଯ୍ୟ ସମାପନ ହୋଇଥିଲା । ଏଥିରେ ନୀଳାଞ୍ଚଳ ପୁଟେଲ ଓ ସଂଯୁକ୍ତା ପୁଟେଲ କନ୍ୟାପକ୍ଷ, ପ୍ରଦୀପ ସାହୁ ଓ ସବିତା ସାହୁ ବର ପକ୍ଷରୁ ପିତାମାତା ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ପଶ୍ଚିମାଞ୍ଚଳର ପ୍ରସିଦ୍ଧ ପାରାୟଣ ବ୍ୟାସ ଇପ୍ସିତ ମିଶ୍ର ପୁରାଣ ପଠନ କରିଥିବା ବେଳେ ରଘୁ ପାଣିଗ୍ରାହୀ ପୂଜକ ଦାୟିତ୍ୱ ତୁଳାଇଥିଲେ । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜ଼ାର ହଜ଼ାର ସଂଖ୍ୟାରେ ଆଖପାଖ ଅଂଚଳର ଭକ୍ତବୃନ୍ଦଙ୍କ ସମାଗମ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସଭାପତି କରୁଣାକର ପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ ସାହୁ, କୃଷ୍ଣ ସାହୁ, ବିଜୟ ସାହୁ, ରମେଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.