ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ରାଧାକୃଷ୍ଣ ଭାଗବତ ମନ୍ଦିର ପରିସରରେ ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଦ ପାରାୟଣ ଆୟୋଜିତ ହେଉଛି । ଦିବଂଗତ ଗୌତମ ପ୍ରସାଦ ମେହେର ଏବଂ ଗାର୍ଗବ ପ୍ରସାଦ ମେହେରଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଭାଗବତ ମନ୍ଦିରରେ ପ୍ରତିବର୍ଷ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ମୁଖ୍ୟ ସେବକ ଭାବେ ଶ୍ରୀମତୀ ବୃନ୍ଦାବତୀ ମେହେର ଓ ଲୋକନାଥ ମେହେର, ବ୍ୟାସ ଶ୍ରୀ ଯୋଗିନ୍ଦ୍ର ମିଶ୍ର, ପୂଜକ ଡମ୍ବରୁଧର ଷଡ଼ଙ୍ଗୀ, ରମେଶ ଚନ୍ଦ୍ର ପାଣି ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି । ମନ୍ଦିର ସଭାପତି ନିମାଇଁ ଚରଣ ଶାମଲ, ଡ. ସୁଧାଂଶୁ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାରାୟଣ କାର୍ଯ୍ୟକ୍ରମ ମହାସମାରୋହରେ ହେଉଛି । ଏହି କାର୍ଯ୍ୟକ୍ରମରେ ଗାଁ ତଥା ଗାଁ ବାହାରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି ।
Next Post